୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୭ ବଡଗଡ ବ୍ରିଟ କଲୋନୀ ରେ ୪.୫ କୋଟି ଟଙ୍କାରେ ୧୩ ଗୋଟି ରାସ୍ତା ଓ ଡ୍ରେନ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ଶିଳାନ୍ୟାସ କରିଛନ୍ତି। ସେହିପରି ୬ ଗୋଟି ରାସ୍ତା ଓ ଡ୍ରେନ ର ଉଦଘାଟନ କରିଥିଲେ।

ପରେ ଇତିପୁର ଗ୍ରାମପଞ୍ଚାୟତ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫.୫ କୋଟି ଟଙ୍କାର ବିକିପୁର ସେତୁ କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର,ଜିଲ୍ଲା ପରିଷଦ ସଭ୍ୟ ସୁବାସ କୁମାର ସୁନ୍ଦରାୟ,

କର୍ପୋରେଟର ସନ୍ତୋଷ ସିଂ, ଅଜିତ୍ ବେହେରା , ସରପଞ୍ଚ ଅନିତା ସୁବୁଦ୍ଧି, ଅଞ୍ଚଳ ବାସି ନୃସିଂହ ସ୍ବାଇଁ, ରଞ୍ଜିତ ସୁବୁଦ୍ଧି ,ଅକ୍ଷୟ ବରାଳ, ଗଜେନ୍ଦ୍ର ବେହେରା,ଅତିରିକ୍ତି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ.














