୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ଲାଇନ୍ କାର୍ଯ୍ୟ ଦଶପଲ୍ଲା ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ଦୈନଦିନ ରେଳ ଚଳାଚଳ ଜାରି ରହିଥିବା ବେଳେ ଦଶପଲ୍ଲା ଠାରୁ ଆଗକୁ ଭେଲୱେ ଲାଇନ୍ କାର୍ଯ୍ୟ ଆଗେଇ ଚାଲିଛି । ଏହି କ୍ରମରେ ବିଭାଗୀୟ ତତ୍ପରତା ମଧ୍ୟ ପ୍ରକାଶ ପାଇଛି ।

ରେଲୱେ ଲାଇନ ଯିବାକୁ ଥିବା ଦଶପଲ୍ଲା ପଶ୍ଚିମାଞ୍ଚଳର ଚୁଗୁଡ଼ା,ବଙ୍କତଳା ଓ ଫାଳପାଳୁର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ନିର୍ମାଣଧୀନ ଷ୍ଟ୍ରକଚରକୁ ମଙ୍ଗଳବାର ଦିନ ଭାଙ୍ଗି ଦିଆଯାଇଛି । ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଜମି ଅଧିଗ୍ରହଣ ଅଧିକାରୀ ପ୍ରଭାକର ପଣ୍ଡା,
ଦଶପଲ୍ଲୀ ଥାନାଧିକାରୀ ମୁକେଶ କୁମାର ବେହେରାଙ୍କ ଉପସ୍ଥିତରେ ଏସବୁ ଭଙ୍ଗା ଯାଇଥିବା ଜଣାପଡ଼ିଛି । ସୁଚନା ଯୋଗ୍ୟ ଯେ, ଏସବୁ ଜାଗାର କ୍ଷତି ପୂରଣ ଏଥି ପୂର୍ବରୁ ହିତାଧୁକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ଜମି ଅଧୂଗ୍ରହଣ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗୃହ ନିର୍ମାଣ କ୍ଷତି ପୂରଣ ପାଇଁ ହିତାଧୁକାରୀ ମାନେ ଦାବି କରିଛନ୍ତି |















