• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ – ରାହୁଲ ଗାନ୍ଧୀ

Proprietor Abhimanyu Maharana by Proprietor Abhimanyu Maharana
March 10, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ – ରାହୁଲ ଗାନ୍ଧୀ

Share on FacebookShare on TwitterWhatsapp

ରାହୁଲ ଗାନ୍ଧୀଙ୍କ ବାର୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି । ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଉଭୟ ମୋଦୀ ଓ ନବୀନ ସରକାର ସେମାନଙ୍କର ଭୋଟ ଲୁଟିନେଲେ । ନବନୀଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦୀଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି ।

କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପକୋଡ଼ା ନିଯୁକ୍ତି ପ୍ରସଙ୍ଗ ଏ ଦେଶର ବେକାରୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ଉପହାସ । କରୋନା ସମୟରେ ଯେଉଁ ଉତ୍କଟ ବେକାରୀ ଦେଖାଦେଇଥିଲା ଏବଂ ଯେଉଁଭଳି ଭାବରେ ବେକାରୀ ଯୁବକ ଯୁବତୀମାନେ ରୋଜଗାର ହରାଇଥିଲେ ତାହାର ସେ ସମସ୍ୟାର ସମାଧାନ ଉଭୟ ମୋଦୀ ଓ ନବୀନ ସରକାର ଏପର୍ଯ୍ୟନ୍ତ କଲେ ନାହିଁ ।

ଏ ଦେଶ ଓ ରାଜ୍ୟର ବେକାର ଯୁବକଯୁବତୀ ମାନେ ମୋଦୀ ଓ ନବୀନ ସରକାରଙ୍କ ଉପରୁ ଆସ୍ଥା ତୁଟାଇ ଦେଇଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମ ଘୋଷଣା ଅଗଣିତ ବେକାର ଯୁବକ ଯୁବତୀଙ୍କ ମନରେ ଆଶା ସଂଚାର କରିଛି । କେନ୍ଦ୍ର ସରକାରରେ ୩୦ଲକ୍ଷ ପଦବୀ ସୃଷ୍ଟି ପାଇଁ “ଯୁବ ନ୍ୟାୟ” ଯୋଜନାରେ ଭରସା ପ୍ରଦାନ କରାଯାଇଛି । ଖାଲିପଡ଼ିଥିବା ୧୦ଲକ୍ଷ କେନ୍ଦ୍ର ସରକାରଙ୍କ ପଦବୀ ତୁରନ୍ତ ପୂରଣ ହେବ । ଶିକ୍ଷା ନବିସ ଆଇନ ଅଧିକାରର ଗ୍ୟାରେଂଟି କଂଗ୍ରେସ ଦଳ ପ୍ରଦାନ କରିବ ।

ଏହି ଆଇନ ଅନୁସାରେ ପ୍ରତ୍ୟେକ ଶିକ୍ଷା ନବିସ ଘରୋଇ ବା ସରକାରୀ ଉଦ୍ୟୋଗରେ ପ୍ରତ୍ୟେକ ଡିପ୍ଲୋମା ବା ସ୍ନାତୋକ ଡିଗ୍ରୀଧାରୀ ଯେଉଁମାନେ ୨୫ ବର୍ଷରୁ କମ ବୟସର ହୋଇଥିବେ ସେମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଂଟି ଦିଆଯାଇଛି । କଂଗ୍ରେସ ଦଳ ପ୍ରଥମକରି ଶିକ୍ଷା ନବିସଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ମାନ୍ୟତା ଦେଉଛି । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଯୋଗାଇବା ଭରସା ମଧ୍ୟ ହେଉଛି । ଶିଳ୍ପମାନେ ଏହାକୁ ଗ୍ରହଣ କରିବାକୁ କେହି ଚାପ ପ୍ରୟୋଗ କରିନାହାନ୍ତି । ୧୯୬୧ ମସିହା ଶିକ୍ଷା ନବିସ ଆଇନରେ ଏହା ଉଲ୍ଲେଖ ରହିଛି ।

ଆମେ ୫୦ଲକ୍ଷ ଶିକ୍ଷା ନବିସଙ୍କ ପାଇଁ ଟାର୍ଗେଟ ନେଇଛୁ । ଏବେ ଜାତୀୟ ଶିକ୍ଷା ନବିସ ପ୍ରମୋଶନ ସ୍କିମରେ ୮ଲକ୍ଷ ଶିକ୍ଷା ନବିସ ରହିଛନ୍ତି । ଏହି ଆଇନ ଆମର ଯୁବକ ଯୁବତୀ ମାନଙ୍କ ପାଇଁ କୌଶଳ, ନିୟୋଜନିୟତା ଏବଂ ସମସ୍ତ ସମ୍ମାନ ନିମନ୍ତେ ସୁବିଧା ଦେବ । ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ପ୍ରଘଟ ରୋକିବାପାଇଁ ଏବଂ ଦେଶର ଯୁବକ ଯୁବତୀମାନଙ୍କର ଭବିଷ୍ୟତକୁ ନଷ୍ଟ ନ କରିବାପାଇଁ କଂଗ୍ରେସ ନୂଆ ଆଇନ କରି ଦୃଢ଼ତା ଓ ସାଧୁତାର ସହ କରିବାର ପ୍ରତିଶ୍ରୁତି ଦେଉଛି । ଏକ ଜାତୀୟ ଗଣମାଧ୍ୟମ ଗତ ୫ ବର୍ଷରେ ୧୫ ଟି ରାଜ୍ୟରେ ନିଯୁକ୍ତି ପାଇଁ ପରୀକ୍ଷା କ୍ଷେତ୍ରରେ ୪୧ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାର ତଥ୍ୟ ଦେଉଛି ।

ଯାହାକି ଏକ କୋଟି ୪୦ଲକ୍ଷ ପରୀକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଉତର ପ୍ରଦେଶ ପୋଲିସ କନେଷ୍ଟବଲ ପାଇଁ ୬୦୨୪୪ ପଦବୀର ପୂରଣ ନିମନ୍ତେ ୪୮ଲକ୍ଷ ଯୁବକ ଯୁବତୀ ଆବେଦନ କରିଥିଲେ । ଏବଂ ପ୍ରତ୍ୟେକ ସାଧାରଣ ବର୍ଗର ପିଲା ୪୦୦ ଟଙ୍କା ଲେଖାଏଁ ଦେଇଥିଲେ । ପ୍ରଶ୍ନପତ୍ର ପ୍ରଘଟ ପାଇଁ ପରୀକ୍ଷା ବନ୍ଦ ହୋଇଗଲା ଏବଂ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କର ଆଶା ଧୂଳିସାତ ହୋଇଗଲା । ଦେଶର ବିଭିନ୍ନ ଜିଲ୍ଲାରେ ୪୦ ବର୍ଷରୁ କମ ବେକାର ଯୁବକ ଯୁବତୀ ମାନେ ବ୍ୟବସାୟର ପ୍ରାରମ୍ଭରେ ଅର୍ଥ ସହାୟତା ଦେବାପାଇଁ କଂଗ୍ରେସ ଗ୍ୟାରେଂଟି ଦେଉଛି । ଏଥିପାଇଁ ୫ ହଜାର କୋଟି କପର୍ସ ଫଣ୍ଡ ଗଠନ କରାଯିବ ଯାହା ୫ ବର୍ଷର ଅବଧି ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଏବେ କେନ୍ଦ୍ର ସରକାରଙ୍କର ୧୦ ହଜାର କୋଟିର ଯେଉଁ ସ୍କିମ କରାଯାଇଛି ତାହା କେବଳ ବଡ଼ ବଡ଼ ଅନୁଷ୍ଠାନର ନିବେଶକ ମାନଙ୍କୁ ସାହାଯ୍ୟ କରିବ । କିନ୍ତୁ ଭାରତର ବୃହତ ଯୁବ ଗୋଷ୍ଠୀ ଏଥିରୁ କିଛି ଫାଇଦା ପାଇବେ ନାହିଁ । ଅସ୍ଥାୟୀ ଶ୍ରମିକ ଏବଂ କର୍ମଜୀବି ମାନଙ୍କର ସାମାଜିକ ସୁରକ୍ଷା ଏବଂ ଉତମ କାର୍ଯ୍ୟକ୍ଷେତ୍ର ପରିବେଶ ପାଇଁ କଂଗ୍ରେସ ଗ୍ୟାରେଂଟି ପ୍ରଦାନ କରିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରସ୍ତୁତ କରିବ । ୨୦୧୯-୨୨ ମଧ୍ୟରେ ଗିଗ କର୍ମଜୀବିଙ୍କର ରୋଜଗାର ଚାଲିଗଲା । ସେମାନଙ୍କର ରୋଜଗାର ମୁଖ୍ୟତଃ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଠାରୁ ବହୁତ କମ । କଂଗ୍ରେସ ୨୦୨୩ ମସିହାରେ “ରାଜସ୍ଥାନ ପ୍ଲାଟଫର୍ମ” ଗିଗ ଶ୍ରମିକ ଆଇନ ପାରିତ କରିଥିଲା ।

କର୍ଣ୍ଣାଟକରେ କଂଗ୍ରେସ ସରକାର ଜୀବନବୀମା କ୍ଷେତ୍ରରେ ଏବଂ ଦୁର୍ଘଟଣା ବୀମା କ୍ଷେତ୍ରରେ ସେମାନଙ୍କୁ ଦୁଇଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଛି । ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଏହି କ୍ଷେତ୍ରରେ ଦୁର୍ଘଟଣା ବୀମା ୫ଲକ୍ଷ ଟଙ୍କା ଏବଂ ସ୍ୱାସ୍ଥ୍ୟ ବୀମା ୧୦ଲକ୍ଷ ଟଙ୍କା ରାଜୀବ ଆରୋଗ୍ୟ ରାଶି ଯୋଜନା ମାଧ୍ୟମରେ ଦେଉଛି । କଂଗ୍ରେସର ଏହି ଯୁବ ନ୍ୟାୟ ଏବଂ ସମାଜରେ ଉପେିକ୍ଷିତ ବର୍ଗଙ୍କ ପାଇଁ ଯେଉଁ ଗ୍ୟାରେଂଟି ରହିଛି ବା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ତାହାକୁ ଓଡ଼ିଶା ସାରା ପ୍ରଚାର କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ସଂକଳ୍ପ ନେଇଛନ୍ତି ।

ଯୁବ କଂଗ୍ରେସ ଦ୍ୱାରା ନିକଟରେ ଆୟୋଜିତ କାର୍ଯ୍ୟକ୍ରମ “ନବୀନ ହଟାଅ ଓଡ଼ିଶା ବଂଚାଅ” ଯାହାକି ସବୁ ସହର ଓ ଗ୍ରାମାଂଚଳରେ ଆୟୋଜିତ ହେବ ସେହି କାର୍ଯ୍ୟକ୍ରମରେ ଯୁବ ନ୍ୟାୟ ହେଉଛି ମୁଖ୍ୟାଂଶ । ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦଶେ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, କେଦାର ଦଳାଇ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version