୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ଗାଁ ଦାଣ୍ଡରେ ବୃଦ୍ଧକୁ ପିଟିପିଟି ହତ୍ୟା । ଘଟଣାସ୍ଥଳରେ ପୋଲିସ୍ ର ଛାନ୍ ଭିନ୍ ଜାରୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମାଣିବନ୍ଧ ପଞ୍ଚାୟତ ବଡନୟାପଲ୍ଲୀ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ତେବେ ମୃତକ ଜଣକ ହେଉଛନ୍ତି ବଡନୟାପଲ୍ଲୀ ଗାଁର ଶିବ ନାୟକ। ଶିବ ନାୟକ ପ୍ରତିଦିନ ପରି ଗତକାଲି ମଧ୍ୟ କବାଡିଆ ବେପାର ସାରି ରାତିରେ ଗାଁକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ସେହି ଗାଁର ଜୈନିକ ବ୍ୟକ୍ତି ସହିତ ସାମାନ୍ଯ ବଚସା ହୋଇଥିଲା ।

ତେବେ ଏହି ବଚସାରୁ ସଂଘବଦ୍ଧ ଭାବେ ଆକ୍ରମଣ କରି ସାହି ମଝିରେ କାଠ ଫାଳିଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ କିଛି ଲୋକେ। ଯାହାଫଳରେ ଘଟଣାସ୍ଥଳରେ ଶିବ ନାୟକଙ୍କ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି ।















