• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯନ୍ତ୍ରପାତି ଓ ଟୁଲ୍‌କିଟ୍ ସହାୟତା ମାଧ୍ୟମରେ ଦକ୍ଷତାରେ ଉନ୍ନତି ଆଣିବା ହେଉଛି କେଭିଆଇସିର ମୂଳ ଲକ୍ଷ୍ୟ : କେଭିଆଇସି ଅଧ୍ୟକ୍ଷ

Proprietor Abhimanyu Maharana by Proprietor Abhimanyu Maharana
March 7, 2024
in ଓଡ଼ିଶା, କନ୍ଧମାଳ, ମହାନଗର, ହୋମ୍
0
ଯନ୍ତ୍ରପାତି ଓ ଟୁଲ୍‌କିଟ୍ ସହାୟତା ମାଧ୍ୟମରେ ଦକ୍ଷତାରେ ଉନ୍ନତି ଆଣିବା ହେଉଛି କେଭିଆଇସିର ମୂଳ ଲକ୍ଷ୍ୟ : କେଭିଆଇସି ଅଧ୍ୟକ୍ଷ
Share on FacebookShare on TwitterWhatsapp

x. ୩୦୦୦ ବିବକ୍ସର ବିତରଣ 

x. ୨୭ଟି ଇଲେକ୍ଟ୍ରି କପୋଟର୍ସ ହ୍ୱିଲ, ୧୦ଟି ପେପର ମେଶିନ ଓ ୪ଟି ସବାଇ ଗ୍ରାସ ବ୍ୟାନ୍ ନିର୍ମାଣକାରୀ ଟୁଲ୍‌ର ବିତରଣ ।

୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର  ଆଜି ଭୁବନେଶ୍ୱରରେ  ହନି ମିଶନ ଓ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧିନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଘୋଷଣା କରିଛନ୍ତି । ଏହି ଅବସରରେ ସେ କାରିଗରମାନଙ୍କୁ ଯନ୍ତ୍ରପାତି ଓ ଟୁଲ୍‌କିଟ ସହାୟତା ପ୍ରଦାନ କରି ସେମାନଙ୍କର ଦକ୍ଷତାକୁ ସୁଦୃଢ କରିବା ଓ ପାରମ୍ପରିକ ଶିଳ୍ପଗୁଡିକର ବିକାଶ ପାଇଁ ଏକ ଲକ୍ଷ୍ୟ ସହିତ ବିବକ୍ସ, ଇଲେକ୍‌ଟ୍ରିକ ପୋଟର୍ସ ହ୍ୱିଲ୍‌, ପେପର୍ ମେଶିନ ଓ ସବାଇ ଗ୍ରାସ୍ ବ୍ୟାନ୍ ନିର୍ମାଣକାରୀ ଟୁଲ୍ ବିତରଣ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ସଡଙ୍ଗୀ ଯୋଗ ଦେଇଥିଲେ । ସେ କାର୍ଯ୍ୟକ୍ରମର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରି କହିଛନ୍ତି, “ଦୃଷ୍ଟାନ୍ତମୂଳକ ଫଳାଫଳ ହାସଲ କରିବା ପାଇଁ ଦେଶବ୍ୟାପୀ ଗ୍ରହଣ କରାଯାଉଥିବା ଏଭଳି ସ୍ୱତନ୍ତ୍ର ଓ ସ୍ୱୀକୃତିପ୍ରାପ୍ତ ସଚେତନତା ପଦକ୍ଷେପଗୁଡିକ ନିଶ୍ଚିତ ଭବେ କାରିଗରଙ୍କ ବିକାଶ କ୍ଷେତ୍ରରେ ଆଶାୟୀ ଫଳ ପ୍ରଦାନ କରିବ ।” ଏହି ଅବସରରେ ଓଡ଼ିଶା ଖଦି ଇନଷ୍ଟିଟ୍ୟୁସନ୍ସ ଫେଡରେସନ ସଚିବ ଗୋପୀନାଥ ଖାଡ଼େଙ୍ଗା, କେଭିଆଇସି ଡେପୁଟି ଚିଫ ଏକ୍ସିକ୍ୟୁଟିଭ ଅଫିସର ଶ୍ରୀ ଏସ.ଏସ.ସିଲ୍ ଏବଂ କେଭିଆଇସି ଭୁବନେଶ୍ୱର ରାଜ୍ୟ ନିର୍ଦ୍ଦେଶକ ଆଇ. ଜୱାହର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । 

ଏହି ଅବସରରେ ସାଂସ୍କୃତିକ ଐତିହ୍ୟକୁ ଆଲୋକପାତ କରି କେଭିଆଇସିର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର  ସ୍ୱଦେଶୀ ଶିଳ୍ପଗୁଡିକୁ ସହଯୋଗ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଓଡିଶା ଏହାର ସମ୍ବଲପୁରୀ ଇକ୍କତ, ବୋମ୍‌କାଇ ସିଲ୍କ, ବ୍ରହ୍ମପୁରୀ ପାଟ ଓ ନବପାଟଣା ଟସର ସିଲ୍କ ଶାଢୀ ପାଇଁ ବିଶ୍ୱପ୍ରସିଦ୍ଧ ଅଟେ, ପ୍ରତ୍ୟେକ ଶାଢୀ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ  ସ୍ୱତନ୍ତ୍ର ବୁଣା ପଦ୍ଧତି, ସୂକ୍ଷ୍ମ ଡିଜାଇନ ଓ ଜୀବନ୍ତ ରଙ୍ଗଗୁଡିକର ପ୍ରତିନିଧିତ୍ୱ କରୁଛି ।  ଏହି କ୍ଷେତ୍ରରେ ରହିଥିବା ଅନେକ ସୁଯୋଗଗୁଡିକୁ ଦୃଷ୍ଟିରେ ରଖି କେଭିଆଇସି  ଆମର କାରିଗରମାନଙ୍କର ଲାଭ ପାଇଁ ଆଂଚଳିକ ସୁଯୋଗଗୁଡିକୁ ଉପଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି 

ଗତ ୯ ବର୍ଷରେ କାରିଗରମାନଙ୍କର ବେତନରେ ୨୩୩%ରୁ ଅଧିକ ବୃଦ୍ଧି ଖଦି କାର୍ଯ୍ୟ କାରିଗରମାନଙ୍କୁ ଆକର୍ଷିତ କରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପାର ସହଯୋଗକୁ ଦୋହରାଇ ସେ କହିଛନ୍ତି, ମୋଦି ସରକାରଙ୍କ ଗ୍ୟାରେଂଟି ସହିତ ‘ନ୍ୟୁ ଖଦି ଅଫ୍ ନ୍ୟୁ ଇଣ୍ଡିଆ’ ଆତ୍ମନିର୍ଭରଶୀଳ ଓ ବିକଶିତ ଭାରତ ଅଭିଯାନକୁ ନୂଆ ଦିଗ ପ୍ରଦାନ କରିଛି । ଏହି କ୍ଷେତ୍ର ଗତ ୯ ବର୍ଷରେ ଖଦି  ଉତ୍ପାଦଗୁଡିକର ବିକ୍ରିରେ ୪ ଗୁଣ ବୃଦ୍ଧି ପରିଲକ୍ଷିତ କରିଛି ଯାହା ଗ୍ରାମାଂଚଳ ଭାରତରେ କାରିଗରମାନଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିଛି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମନୋଜ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର ଲୋକାଲ୍‌’ ଓ ‘ଆତ୍ମନିର୍ଭର ଭାରତ’ ମନ୍ତ୍ର  ଆନ୍ତର୍ଜାତୀୟ ମଂଚରେ ଖଦିକୁ ସ୍ୱୀକୃତି ପ୍ରଦାନ କରିଛି ।

ମୋଦି ସରକାରଙ୍କ ଗ୍ୟାରେଂଟି ଯୋଗୁ ଗତ ୯ ବର୍ଷରେ ଖଦି ଓ ଗ୍ରାମ ଉଦ୍ୟୋଗ ଉତ୍ପାଦଗୁଡିକର ପଂହଚ ସ୍ଥାନୀୟରୁ ଆନ୍ତର୍ଜାତୀୟ ହୋଇଛି । ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧିନରେ କାରିଗରମାନଙ୍କୁ ବିଭିନ୍ନ କ୍ଷେତ୍ର ଯେପରିକି ବିକିପିଙ୍ଗ ବା ମହୁମାଛି ଚାଷ, ପୋଟେରି ବା କୁମ୍ଭାର କାର୍ଯ୍ୟ, ଧୂପ ତିଆରି କାର୍ଯ୍ୟ ଆଦିରେ ତାଲିମ ଓ ଉପକରଣ ସହ ସୁସଜ୍ଜିତ କରାଯାଉଛି । ଏହାଛଡା ୬୭୦୦ରୁ ଅଧିକ ବେରୋଜଗାର ଯୁବପିଢିଙ୍କୁ  ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଛି । ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧିନରେ କେଭିଆଇସି ୨୭୦୦୦ରୁ ଅଧିକ କୁମ୍ଭାର ଭାଇଭଉଣୀମାନଙ୍କୁ ଇଲେକ୍‌ଟ୍ରିକ ଚକ ବିତରଣ କରିଛି, ଯାହା ୧ ଲକ୍ଷରୁ ଅଧିକ କୁମ୍ଭାରଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିପାରିଛି ।

ଏହି ଯୋଜନା ଅଧିନରେ ୬୦୦୦ରୁ ଅଧିକ ଯନ୍ତ୍ରପାତି ଓ ଟୁଲ୍‌କିଟ୍ ବିତରଣ କରାଯାଇଥିବା ବେଳେ ହନି ମିଶନ ଯୋଜନା ଅଧିନରେ ୨ ଲକ୍ଷରୁ ଅଧିକ ହନି ବି-ବକ୍ସ ଓ ବି କଲୋନିଗୁଡିକୁ ୨୦,୦୦୦ରୁ ଅଧିକ ହିତାଧିକାରୀଙ୍କୁ ବିତରଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏମ୍ପେ୍ଲାୟମେଂଟ୍ ଜେନେରେଶନ ପ୍ରୋଗ୍ରାମ (ପିଏମ୍‌ଇଜିପି), ଓଡିଶା ସମ୍ପର୍କରେ ସେ କହିଛନ୍ତି, ଏହା  ଗତ ଏକ ଦଶନ୍ଧି (୨୦୧୪ରୁ ୨୦୨୪) ମଧ୍ୟରେ ୩୦,୦୭୧ଟି ନୂଆ ଶିଳ୍ପର ସ୍ଥାପନା ଏବଂ ପ୍ରାୟ ୨୪୪,୯୨୩ ନୂଆ ନିଯୁକ୍ତି ସୃଷ୍ଟିର ସାକ୍ଷୀ ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ପ୍ରାୟ ୬୧%ରେ ମହିଳା, ଏସ୍‌ସି ଓ ଏସ୍‌ଟି ଉଦ୍ୟୋଗୀମାନେ ସାମିଲ ଅଛନ୍ତି ।

ପଟ୍ଟଚିତ୍ର ପେଂଟିଙ୍ଗଠାରୁ ଆରମ୍ଭ କରି ବାମ୍ବୁ କ୍ରାଫ୍ଟ  ପର୍ଯ୍ୟନ୍ତ ପାରମ୍ପରିକ କାରୁକାର୍ଯ୍ୟଗୁଡିକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ମିଳିଛି ଯିଏକି ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେଉଛନ୍ତି । କେଭିଆଇସିର ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ଓଡିଶାର ଖଦି କ୍ଷେତ୍ର ବିପୁଳ ସମର୍ଥନ ହାସଲ କରିଥିବା ବେଳେ  ଖଦି ବିକାଶ ଯୋଜନା ଅଧିନରେ ୬୦ରୁ ଅଧିକ ଖଦି ଅନୁଷ୍ଠାନ ମାଧ୍ୟମରେ ୫୦୦୦ରୁ ଅଧିକ କାରିଗରଙ୍କୁ ସହାୟତା ପ୍ରଦାନ କରାଯାଇଛି ।  ଏହି କ୍ଷେତ୍ରର ବିକାଶ ପାଇଁ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୩୬ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଭିତିଭୂମି ସହଯୋଗ  ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ସମ୍ବୋଧିତ କରି ସେ କହିଛନ୍ତି,  ୭ଟି କ୍ଲଷ୍ଟରକୁ ଏସ୍‌ଏଫ୍‌ୟୁଆର୍‌ଟିଆଇ ଯୋଜନା ଅଧିନରେ ସ୍ଥାପନ କରାଯାଇଛି ଯାହା ବାଉଁଶ, ତମ୍ବା ଓ ବେଲ୍ ମେଟାଲ, କାଠରେ ତିଆରି ହୋଇନଥବା ଜଙ୍ଗଲଜାତ ଦ୍ରବ୍ୟ ସମେତ  ଏକ ବିସ୍ତୃତ ଶୃଙ୍ଖଳାର  ହସ୍ତଶିଳ୍ପ ସାମଗ୍ରୀକୁ କଭର କରୁଛି । ଏହି କାର୍ଯ୍ୟକ୍ରମରେ କେଭିଆଇସିର ଅନେକ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version