୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଛି | ଆଜି ହେଉଛି ସେହି ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମବାର୍ଷିକୀ | ଏହି ଅବସରରେ ରଣପୁରରେ ବିଜୁ ଜୟନ୍ତୀ ପାଳିତ ହୋଇ ଯାଇଛି |

ପ୍ରଥମେ ପଞ୍ଚୁଦୋଳ ପଡିଆରେ ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଅୟମ ଆରମ୍ଭ କରାଯାଇଥିଲା | ଏହା ପରେ ପଞ୍ଚୁଦୋଳ ପଡିଆ ଠାରୁ ମଣିନାଗ ମନ୍ଦିର ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା | ଏହା ପରେ ମଣିନାଗ କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନା କରାଯାଇଥିଲା |
ଏହା ସହିତ ରଣପୁର ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା | ଅପରାହ୍ନରେ ପଞ୍ଚୁଦୋଳ ପଡିଆରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ବିଜୁ ବାବୁଙ୍କ ଜୀବନୀ କଥା ପ୍ରଦର୍ଶନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ |

















