୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଙ୍କ ଦ୍ଵାରା ତାଙ୍କର ଜନ୍ମମାଟି ଚିଲିକା ଓ ବାଣପୁର ର ବିଶ୍ଵକର୍ମା (କାରିଗର) ମାନଙ୍କ ର ଏକ ଗୋଷ୍ଠୀ କେନ୍ଦ୍ର ନାଚୁଣୀ ଠାରେ ଉଦ୍ ଘାଟିତ ହୋଇ ଯାଇଛି। ସଂଘ ର ସଭାପତି ରାମଚନ୍ଦ୍ର ମହାରଣା, ସମ୍ପାଦକ ପଞ୍ଚାନନ ମହାରଣା, କୋଷାଧ୍ୟକ୍ଷ ତପନ କୁମାର ମହାରଣା ତଥା ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ର ଆବେଦନ କ୍ରମେ ଏହି ଗୋଷ୍ଠୀ କେନ୍ଦ୍ର ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରୁ ମଞ୍ଜୁର ୩ ଲକ୍ଷ ଟଙ୍କା ବ୍ୟୟ ରେ ଏହି ପ୍ରକଳ୍ପ ଟି ନିର୍ମିତ ହୋଇ ରାଜ୍ୟ ସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ସାଂସଦ ଶ୍ରୀ ମଙ୍ଗରାଜ, ବାଣପୁର ବ୍ଲକ୍ ର ପ୍ରାକ୍ତନ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ଗୋପିନାଥ ମହାରଣା,ଜଗତ ବଲ୍ଲଭ ମହାରଥା, ରାମଚନ୍ଦ୍ର ପ୍ରଧାନ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ
ପ୍ରମୁଖ ଯୋଗ ଦେଇଥିଲେ। ପରେପରେ ଶ୍ରୀ ମଙ୍ଗରାଜ ନାଚୁଣୀ ସତ୍ ସଙ୍ଗ୍ କେନ୍ଦ୍ର ର ସତ୍ ସଙ୍ଗୀ ମାନଙ୍କ ଅନୁରୋଧ କ୍ରମେ ସେଠାରେ ନିର୍ମାଣାଧୀନ ମନ୍ଦିର ପ୍ରକଳ୍ପ ବୁଲି ଦେଖିଥିଲେ ଏବଂ ଠାକୁର ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ ପାଇଁ ୨କୋଟିରୁ ଉର୍ଦ୍ଧ୍ଵ ଅନୁଦାନ ର ଆବଶ୍ୟକତା ଥିବାର ସତ୍ ସଙ୍ଗ କେନ୍ଦ୍ର ପରିଚାଳନା ଦାୟିତ୍ୱ ରେ ଥିବା ବ୍ୟକ୍ତିମାନେ ଦାବୀ କରିଥିଲେ।














