୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଡାବରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାମା ଓ କାର୍ଯ ସାହି । ସ୍ବାଧିନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏ ବିକାଶ ପହଞ୍ଚି ପାରୁନି ଏହି ଦୁଇ ଗାଆଁ କୁ । ରାଜ୍ୟ ସରକାର ଙ୍କ ବିକାଶର ବାର୍ତ୍ତା ପ୍ରଚାର ପ୍ରସାର ମାଧ୍ୟମରେ କୋଣେ ଅନୁକୋଣେ ପହଞ୍ଚିବାରେ ଲାଗିଥିବା ବେଳେ ଏପରି ଅନେକ ଗାଆଁ ରହିଛି ଯେଉଁ ଗାଆଁ ପାଖରେ ବିକାଶ ପହଞ୍ଚି ପାରୁନି ।

ଖାଲି ଚାଲିବାକୁ ରହିଛି ଅଙ୍କା ବଙ୍କା ମାଟି ରାସ୍ତା ତାହାବି ଆବଡା ଖାବଡା। ବର୍ଷା ଋତୁ ସମୟରେ ଏହି ରାସ୍ତା ଦେଇ ଯିବା ମହା ମୁସ୍କିଲ। ଏପରିକି ଅନେକ ସମୟରେ ଖାନ୍ଦରେ ବୁହା ହୋଇ ଗର୍ଭବତୀ ମହିଳା ଙ୍କୁ 108 କର୍ମୀ ଓ ସମ୍ପର୍କୀୟ 5ରୁ 6 କିଲୋମିଟର ଦୂର ତୁଙ୍ଗୁରୁ ଗ୍ରାମକୁ ନେବାକୁ ପଡ଼ୁଚି। ଆବାସ ଘର ଖଣ୍ଡେ ମଧ୍ୟ ଏହି ଆଦିବାସୀ ପରିବାର ପାଇଁ ସାତ ସପନ । ବିପଦ ସଙ୍କୁଳ ଅବସ୍ଥାରେ ବର୍ଷ ତମାମ ଟିଣ ଛପର ଘରେ ଉପରେ କାଠ ଗଣ୍ଡି ରଖି ଜୀବନ ଜାପାନ କରନ୍ତି ।
















