୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ରଙ୍କନିଧି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ହରିକୁଣ୍ଡ ଵରଡିହ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଙ୍କ ଅବସରକାଳୀନ ସମ୍ଵର୍ଦ୍ଧନା ସଭା ଆଜି ଶନିବାର ଵିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ କାଳିଜାଇ ମହାବିଦ୍ୟାଳୟ, ବାଲୁଗାଁ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବି ଆର୍ ସି ସି ମିନତି ଶତପଥୀ, ମୁଖ୍ୟ ବକ୍ତା ଭାବେ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟ, ଟାଙ୍ଗୀ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ କୁମର ଶତପଥୀ,

ସମ୍ମାନିତ ଅତିଥି ଭାବେ ଚିଲିକା ଏ ବି ଓ ଗୀତାଞ୍ଜଳି ନାୟକ, ପ୍ରାକ୍ତନ ଏ ବି ଇ ଓ ବୈକୁଣ୍ଠନାଥ ପାଇକରାୟ, ଚିଲିକା ସେବା ନିବୃତ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ କମିଟି ସଭ୍ୟ ଆଶିଷ କୁମାର ପତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ପ୍ରମୁଖ ବିଦାୟୀ ଶିକ୍ଷକ ଶ୍ରୀ ସାହୁ ଙ୍କୁ ଜଣେ ଦକ୍ଷ, କର୍ତ୍ତଵ୍ୟନିଷ୍ଠ, ଛାତ୍ର ଵତ୍ସଳ ଶିକ୍ଷକ ଭାବେ ବର୍ଣ୍ଣନା କରି ତାଙ୍କର ବହୁବିଧ ଉତ୍ସର୍ଗୀକୃତ ବ୍ୟକ୍ତିତ୍ବ ର ସ୍ମୃତି ଚାରଣ କରିଥିଲେ।

ପ୍ରାରମ୍ଭରେ ଶିକ୍ଷକ ଆଶୁତୋଷ ପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଵା ବେଳେ ସି ଆର ସି ସି ବ୍ରୃନ୍ଦାଵନ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଛାତ୍ର,ଛାତ୍ରୀ, ଶିକ୍ଷକ, ଶିକ୍ଷକା, ସହ ଏବଂ ବହୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ରୀ ମାନେ ବିଦାୟ ସଙ୍ଗୀତ ଗାନ ସହ ସାଂସ୍କୃତିକ ଵିଚିତ୍ରା ପରିବେଷଣ କରିଥିଲେ।














