୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରାର ପ୍ରସିଦ୍ଧ ଶୈବ ପୀଠ ଲକ୍ଷେଶ୍ୱର ମହାଦେବଙ୍କ ପୀଠରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଯାଗର ଯାତ୍ରା ୯ ତାରିଖରେ ଅଷ୍ଟମ ପ୍ରହର ନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଲକ୍ଷେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡର ସଭାପତି ଗୁଣନିଧି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ଲକ୍ଷେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ୮ ତାରିଖ ଭୋର ୩ ଟାରୁ ଦ୍ୱାର ଫିଟା ଯାଇ ଠାକୁରଙ୍କ ନିତିକାନ୍ତି ଅନୁଷ୍ଠିତ ହେବ ।
ସକାଳ ଧୁପ ପରେ ସର୍ବ ସାଧାରଣଙ୍କ ପାଇଁ ଦର୍ଶନ କାର୍ଯ୍ୟ ଆରମ୍ଭ ହେବ । ମଧ୍ୟାହ୍ନ ଧୂପ ପାଇଁ ସର୍ବ ସାଧାରଣଙ୍କ ଦର୍ଶନ କିଛି ସମୟ ବନ୍ଦ ରହିବ । ଅପରାହ୍ନ ୪ ଟାରେ ବଡ଼ ସିହଂ।ର ବେଶ ଆରମ୍ଭ କରାଯିବ । ସନ୍ଧ୍ୟା ଧୂପ ଆଳତି କରାଯିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ କରାଯିବା ସହିତ ରାତି ୧୧ ଟାରେ ମନ୍ଦିର ଉପରକୁ ମହାଦୀପ ଉଠିବ । ଏହି ସବୁ କାର୍ଯ୍ୟ ପାଇଁ ମନ୍ଦିର ପରିବେଶ ସଫାସୁତୁରା କରାଯିବ । ମନ୍ଦିର ରଙ୍ଗ କରାଯିବା ସହିତ ଯାଗର ଦିନ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ ,
ଯାନବାହନ ରଖିବା ଲାଗି ଷ୍ଟାଣ୍ଡର ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ , ପାନୀୟ ଜଳ ଯୋଗାଣ, ପ୍ରସାଦ ବ୍ୟବସ୍ଥା, ଆଲୋକି କରଣ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଏବଂ ଭଲୁଣ୍ଟର ମୁତୟନ । ଭିଆଇପି ଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ଦିପ ଦାନ ପାଇଁ ଦିପ ଷ୍ଟାଣ୍ଡର ବ୍ୟବସ୍ଥା । ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଏସବୁ କାର୍ଯ୍ୟ ତଦାରଖ କରିବା ଲାଗି ବୈଠକରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ କାଚରାମାଳ, ନୂଆପାଟଣା, ନଖରା, ବଙ୍ଗୁଆରୀ, ପାହାଳ, ଯୋହଳ, ବମ୍ଫକୁଦ, ମୁଗଭଙ୍ଗା, ଆଦି ଆଖପାଖ ଗ୍ରାମର ଜନସାଧାରଣ , ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ପୂଜକ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

© 2023 Odisha Taza News.