• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫେବୃଆରୀ ୨୬ରେ କଂଗ୍ରେସର ସଚିବାଳୟ ଘେରାଉ

Proprietor Abhimanyu Maharana by Proprietor Abhimanyu Maharana
February 23, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଫେବୃଆରୀ ୨୬ରେ କଂଗ୍ରେସର ସଚିବାଳୟ ଘେରାଉ
Share on FacebookShare on TwitterWhatsapp

ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ କଂଗ୍ରେସର ଚେତାବନୀ ନିର୍ବାଚନ ଆସିଲେ ମିଛ ଘୋଷଣା କରି

ଲୋକଙ୍କୁ ଲଲିପପ୍ ଧରାଉଛନ୍ତି ନବୀନ ସରକାର

ଦୁର୍ନୀତି ଓ ବେରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି

୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ରାଜ୍ୟରେ ଦୀର୍ଘ ୨୪ବର୍ଷର ଶାସନ କାଳରେ ବିଜେଡି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛନ୍ତି । ରାଜ୍ୟର ସବୁ ବ୍ଲକକୁ ୩୫% ଜଳସେଚନ ସୁବିଧା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କିମ୍ବା ବେକାରୀ ସମସ୍ୟା ସମାଧାନ ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି, ପାନୀୟଜଳ ଯୋଗାଣରେ ୩୩ ହଜାର କୋଟିର ଠିକା ଦୁର୍ନୀତି, ବିଦ୍ୟୁତ୍ ସେବା ଭିତିଭୂମି ଆଳରେ ୩୫ ହଜାର କୋଟି ଟଙ୍କାର ଦୁର୍ନୀତି ଏବଂ ନାରୀ ନିର୍ଯାତନା ଓ ନାବାଳିକା ଚାଲାଣ ଆଦି ବିଜେଡି ସରକାରଙ୍କ ସଫଳତାର ଫର୍ଦ୍ଦ କହିଲେ ନ ସରେ ।

ଏସବୁ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଆସନ୍ତା ତା-୨୬.୨.୨୦୨୪ ରିଖ ସୋମବାର ପୂର୍ବାହ୍ଣ ୧୧ଟାରେ କଂଗ୍ରେସ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟ (ଲୋକସେବା ଭବନ) ଘେରାଉ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଗତ ୨୪ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷଜମିକୁ ଜଳସେଚନ, ବିଧାନସଭାରେ ସର୍ବସମ୍ମତି କ୍ରମେ ହୋଇଥିବା ନିଷ୍ପତି ଅନୁଯାୟୀ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି ।

ଅଥଚ ନିର୍ବାଚନ ଆସିଲେ କାଳିଆ ଯୋଜନା କରି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି । ଏହା ଦ୍ୱାରା ଗୋଟିଏ ପଟେ ପ୍ରକୃତ ଚାଷୀ ସହାୟତା ପାଇବାରୁ ବଂଚିତ ହେଉଥିବାବେଳେ ଅନ୍ୟପଟେ କୃଷି କ୍ଷେତ୍ରର ବିକାଶ ହୋଇପାରୁନି । କୃଷିଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ବିଜେଡି ସରକାର ମହିଳା ସଶକ୍ତିକରଣ କଥା କହୁଥିବାବେଳେ ରାଜ୍ୟରେ ପ୍ରତିଦିନ ୭ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ଜଣ ନାବାଳିକା । ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ଅପରାଧ ସାରା ଦେଶରେ ସବୁଠାରୁ ଅଧିକ ବୋଲି ଏନ୍‌ସିଆରବି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦବି ଖାଲି ପଡିଛି ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦%ରୁ ଅଧିକ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ସରକାର ବର୍ଷକୁ ୧୦ ହଜାର ନିଯୁକ୍ତି ବି ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାରରୁ ଅଧିକ ପଦବି ଖାଲି ପଡିଛି । ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ । ଆସନ୍ନ ପ୍ରସବା ମହିଳାମାନେ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି । ଖାଲି ସେତିକି ନୁହେଁ, ଷ୍ଟାଫନର୍ସ, ଟେକ୍‌ନିସିଆନ ଓ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି ।

ଉଭୟ ବିଜେଡି ଓ ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ହେବାକୁଥିବା ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ସରକାର ଚାଷୀଙ୍କୁ ୨ ହଜାର ଟଙ୍କା ନିର୍ବାଚନୀ ଲଲିପପ୍ ଦେଇ ଭୁତାନ୍ତୁ ନାହିଁ । ଓଡ଼ିଶାର ଚାଷୀ ମିଛ ପ୍ରତିଶ୍ରୁତି ନୁହେଁ, ନ୍ୟାୟ ମାଗୁଛନ୍ତି । ଚାଷଜମିକୁ ଜଳସେଚନ ସୁବିଧା,

ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରି ସରକାର ଚାଷୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରନ୍ତୁ । ଯାହାକି ଗତ ୨୪ବର୍ଷର ଶାସନ କାଳରେ ନବୀନ ସରକାର ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଏ ସରକାର ଗଣମାଧ୍ୟମକୁ ମଧ୍ୟ ସଚିବାଳୟ ପ୍ରବେଶ ଅନୁମତି ଦେଉନାହାନ୍ତି । ଏହା ଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । କିନ୍ତୁ କଂଗ୍ରେସ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ତା’ର ସଂଗ୍ରାମ ଜାରି ରଖିବ ବୋଲି ଡ.ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version