No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :-> ବାଣପୁର ଅଞ୍ଚଳର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମର ସୁକାନ୍ତ ବରାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ପରିବାରର ଚାରିବଖରା ଘର ଭଶ୍ମିଭୁତ ହୋଇଯାଇଛି l ପୂଜା ସମୟରେ ଦୀପ ସଳିତା ଦ୍ୱାରା ଘରେ ନିଆଁ ଲାଗିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ଅଗ୍ନିକାଣ୍ଡରେ ସମସ୍ତ ଆସବାବ ପତ୍ର ସହ, ପୁଅର ଡାକ୍ତରୀ ଖର୍ଚ୍ଚ ପାଇଁ ରଖିଥିବା ଦୁଇଲକ୍ଷ ଟଙ୍କା, ଏଲଇଡି ଦରକାରୀ କାଗଜପତ୍ର, ସୁନା ଅଳଙ୍କାର ସବୁ ଜଳି ପୋଡି ପାଉଁଶ ହୋଇଯାଇଛି l

ଖବର ପାଇ ବାଣପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ପ୍ରକୋପରୁ କୌଣସି ସାମଗ୍ରୀ ଉଦ୍ଧାର ହୋଇନଥିବା ଜଣାଯାଇଛି ଲ ପ୍ରକାଶ ଥାଉକି ସୁକାନ୍ତ ଏକ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ଚାରି ପୁଅଙ୍କ ଭିତରୁ ଦୁଇପୁଅ ଉକ୍ତ ଘରେ ବାସ କରନ୍ତି l ତେବେ ଅଗ୍ନିକାଣ୍ଡରେ ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ସଦସ୍ୟ ଦୟନୀୟ ଅବସ୍ଥାରେ ବାହାରେ ରହିଛନ୍ତି l
ଖବର ପାଇ ରାଜସ୍ବ ଅଧିକାରୀ ଜୟଦେବ ନାୟକ, ଅତିରିକ୍ତ ତହସିଲଦାର ସାହୀନ ନାଜ ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ସହ ଗ୍ରାମ୍ୟ ସ୍କୁଲରେ ପରିବାରକୁ ଥଇଥାନ କରିଛନ୍ତି lନନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ କ୍ଷତିଗ୍ରସ୍ତ ପରିବାରକୁ ୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି l
No Result
View All Result