No Result
View All Result
୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ରାଜ୍ୟ ସରକାରଙ୍କ କୃଷି ପରାମର୍ଶ ଦାତା ତଥା ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମୋହନା ବ୍ଲକ କୁ ଦିନିକିଆ ଗସ୍ତରେ ଆସି ମୋହନା ବ୍ଲକ ର ଦୁର୍ଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନତ ଧରଣର ଚାଷ କାର୍ଯ୍ୟ ଦେଖି ସନ୍ତୋଷ ପ୍ରକାଶ କରିବା ସଙ୍ଗେ ଚାଷ ଜମିକୁ ଉଠା ଜଳସେଚନର ବ୍ୟବସ୍ଥା କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଖପୁରିପଟା ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵାରା ହୋଇଥିବା ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିବା ସହ କିଭଳି ବଜାରରେ ଉତ୍ପାଦିତ କୃଷି ସାମଗ୍ରୀକୁ ସହଜରେ ବିକ୍ରି ହୋଇପାରିବ ସେ ସମ୍ପର୍କରେ ମହିଳା ଚାଷୀଙ୍କୁ ପରାମର୍ଶ ଦେଇଥିଲେ।

ପରେ ଉଦ୍ୟାନ ବିଭାଗ ପକ୍ଷରୁ ଯୁବଗାଁ ରେ କରାଯାଇଥିବା ପରିବା ଚାଷ ଏବଂ ଆଳୁ ଚାଷକୁ କିଭଳି ଜଳସେଚନ ର ସୁବିଧା କରାଯାଇପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଥିବା ଉଠା ଜଳସେଚନ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଉପଦେଷ୍ଟା ଙ୍କ ଗସ୍ତ ସମୟରେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର, କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଙ୍କ ସମେତ ଉଦ୍ୟାନ କୃଷି ଅଧିକାରୀ କରୁଣା କର ପାଇକ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଏହା ପରେ କୃଷି ପରାମର୍ଶ ଦାତା ଙ୍କ ମୋହନା ଗସ୍ତ ଅବସରରେ ସ୍ଥାନୀୟ କେତକ ରାଜ ନେତା ସାକ୍ଷାତ କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ସାଂସଦ ପାର୍ଥି ହେବାକୁ ଅନୁରୋଧ କରିଥିଲେ.

No Result
View All Result