ସମାବେଶ ରେ ସାମିଲ ହେଲେନି ବିଜେଡ଼ି ନେତା,କର୍ମୀ,ସରପଞ୍ଚ,ସମିତି ସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ଏବଂ ବ୍ଲକ୍ ଅଧ୍ୟକ୍ଷ
ସଂକଳ୍ପ ସମାବେଶ ରେ ଭଡାଟିଆ କର୍ମୀ
ଯାହାବି କୂଟନୀତି କଲେ : ରମେଶ ର ପଲ୍ଲା ଭାରି
୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ପଞ୍ଚୁପାଣ୍ଡବ ମନ୍ଦିର ନିକଟରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଂକଳ୍ପ ସମାବେଶ ରେ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ସ୍ଵାଭିମାନ ମଞ୍ଚ ର ଆବାହକ ପ୍ରଦୋଷ କୁମାର ଜେନା, ପୂର୍ବତନ ସରପଞ୍ଚ ଉଦୟପୁର ଅସିତ୍ ପଟ୍ଟନାୟକ, ପାଣୁ ଚରଣ ଖଣ୍ଡୁଆଳ,ବୁନା ଦେଓ ଙ୍କ ସହିତ ଦଶପଲ୍ଲା ଏବଂ ଗଣିଆ ର କିଛି ନେତା ଯୋଗଦେଇଥିଲେ ।
ଏହି ସଂକଳ୍ପ ସମାବେଶ ରେ ଦଳୀୟ ପତାକା, ବ୍ୟାନର ,ଲାଗିଥିଲେ ମଧ୍ୟ ନୂଆଗାଁ ବ୍ଲକ୍ ର ସରପଞ୍ଚ,ସମିତି ସଭ୍ୟ, ସଭ୍ୟା ଙ୍କ ସହିତ ଦଳୀୟ ନେତୃବୃନ୍ଦ ଙ୍କୁ ମଞ୍ଚ ରେ ଦେଖିବାକୁ ମିଳିନଥିଲା । ଏ ନେଇ ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ ଙ୍କ ମତାମତ ନେବାରୁ ସେ କହିଥିଲେ ଏହି ସଂକଳ୍ପ ସମାବେଶ ବିଜେଡ଼ି ଦଳ ର ନୁହେଁ କି ଦଳରୁ କିଛି ନିର୍ଦ୍ଦେଶ ଆସିନଥିଲା ।ବିଜେଡ଼ି ଦଳ ସଂଗଠନ ରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଥିଲେ।
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଯେଉଁ ବିକାଶ ଦିଗରେ ଆଗେଇ ଚାଲିଛି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଦଶପଲ୍ଲା ବିଧାୟକ ସଚେତନ କରୁଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ସହିତ ଆମେ ଅଛୁ ବୋଲି ଜନସାଧାରଣ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟା,ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା ଙ୍କ ଅନୁପସ୍ଥିତି କାର୍ଯ୍ୟକ୍ରମ କୁ ବିଫଳ କରିଥିବା ଜନ ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି।ଏପରିକି ଏହି ନେତା ମାନେ ଦଶପଲ୍ଲା ରେ ସ୍ୱାଭିମାନ ମଞ୍ଚ କରିଥିଲେ । ସେହି ସ୍ୱାଭିମାନ ମଞ୍ଚ ରେ ସେମାନଙ୍କ ମୁଖ୍ୟ ନେତା ଶ୍ରୀ ହରି ନାୟକ ଙ୍କୁ ଦେଖିବାକୁ ମିଳିନଥିଲା।ଆଜିର କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ହରି ନାୟକ ଙ୍କୁ ଦେଖିବାକୁ ମିଳିନଥିଲା । ଏପରିକି ଦଶପଲ୍ଲା ବିଧାୟକ ଙ୍କ ପଞ୍ଚାୟତ ସ୍ତରୀୟ ରାଲିଠୁ ଭି କମ୍ ଲୋକ ଥିଲେ।ବିଜେଡ଼ି ଗଡକୁ ଭାଙ୍ଗିବା ଏବଂ ଦଶପଲ୍ଲା ବିଧାୟକ ଙ୍କୁ ବଦନାମ କରିବା ପାଇଁ ଏହି କାର୍ଯ୍ୟକ୍ରମ ରେ ବିଜେପି ଲୋକ ଯୋଗ ଦେଇଥିଲେ।
ଏପରିକି ବହୁତ ଲୋକ ନୂଆଗାଁ ବ୍ଲକ୍ ର ନୁହଁ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଚାଲିଛି । ଲୋକ ମାନଙ୍କ କହିବା ଅନୁଯାୟୀ ସଂକଳ୍ପ ସମାବେଶ ରାଲି ରେ ଅଧିକାଂଶ କୁଚକ୍ରି ସାମିଲ ହୋଇଥିଲେ ଯେଉଁମାନେ କି ବିଜେଡ଼ି ଦଳକୁ ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଯେଉଁମାନେ ସଂକଳ୍ପ ସମାବେଶ କରିଥିଲେ ସେମାନେ ପୂର୍ବରୁ ଶ୍ରୀ ହରି ନାୟକ ଙ୍କୁ ନେତା ବୋଲି କହିଥିଲେ ଏବେ କିନ୍ତୁ ଓଲଟା । ରଙ୍ଗ ବଦଳେଇବାରେ ଏହି ନେତା ମାନେ ମାହିର । ଅଧିକାଂଶ କର୍ମୀ ବିଜେଡ଼ି ର ନୁହଁ ବୋଲି ଜନସାଧାରଣ ରେ ଚର୍ଚ୍ଚା .













