• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

16 ଫେବୃଆରୀ ଦେଶବ୍ୟାପୀ ହରତାଳ ରଣପୁର ରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ

Proprietor Abhimanyu Maharana by Proprietor Abhimanyu Maharana
February 17, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
16 ଫେବୃଆରୀ ଦେଶବ୍ୟାପୀ ହରତାଳ ରଣପୁର ରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ
Share on FacebookShare on TwitterWhatsapp

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର  :-> ଦିଲ୍ଲୀ-ହରିୟାଣା ର ଶମ୍ଭୁ ସୀମାରେ ମୋଦି ସରକାର ଏବଂ ହରିୟାଣା ର ବିଜେପି ସରକାର କୃଷକ ଆନ୍ଦୋଳନ ର ଦମନ ବିରୋଧ ରେ ପ୍ରତିବାଦ ସହିତ 21ଦଫା ସମ୍ବଳିତ ଦାବି ନେଇ ଦେଶଵ୍ୟାପୀ ଆହୁତ ହରତାଳ/ଗ୍ରାମୀଣ ଭାରତ ବନ୍ଦ ରେ ଓଡିଶା ର ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି l ରଣପୁର ର ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ,ରଣପୁର ପଞ୍ଚୁଦଳ ପଡିଆ ଠାରୁ ମିଳିତ ପଟୁଆର ବାହାରି ରଣପୁର ବ୍ଲକ ପରିସର ରେ ବିକ୍ଷୋଭ ସମାବେଶ ସଂଗଠିତ ହୋଇଯାଇଛି l

ଏହି ପ୍ରତିବାଦ ବିକ୍ଷୋଭ ରେ ଉଦବୋଧନ ଦେଇ ଶ୍ରମିକ-କୃଷକ, ଅଙ୍ଗନବାଡି, ଆଶା କର୍ମଚାରୀ ସଂଗଠନ ମାନଙ୍କର ନେତୃବୃନ୍ଦ କହିଛନ୍ତି ଯେ ମୋଦି ସରକାର ଦେଶର ଦୁଇ ଉତ୍ପାଦନକାରୀ ପ୍ରମୁଖ ଶ୍ରେଣୀ ଶ୍ରମିକ-କୃଷକ ମାନଙ୍କ ଜୀବନ-ଜୀବିକା ଉପରେ ଆକ୍ରମଣ ଜାରି ରଖିଛନ୍ତି l 44ଟି ଶ୍ରମ କଲ୍ୟାଣ ଆଇନ କୁ ଚାରୋଟି ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରେ ପରିଣତ କରିଛନ୍ତି l ଶ୍ରମିକ ମାନଙ୍କ ଉପରେ କାମର ଅତ୍ୟଧିକ ବୋଝ ସାଙ୍ଗକୁ ଅସ୍ଥିର ଏବଂ ଅନିୟମିତ ନିଯୁକ୍ତି, ଅତି କମ ମଜୁରୀ ଧାର୍ଯ୍ୟ କରି ଶ୍ରମ ଶକ୍ତି କୁ ନିର୍ମମ ଭାବେ ଶୋଷଣ କରାଯାଉଛି l

ଶ୍ରମିକ ଏବଂ କୃଷକ ର ଆୟ ବୃଦ୍ଧି ହେଉ ନାହିଁ l ମୋଦି ଶାସନ ରେ ସମ୍ବିଧାନ ର ମୌଳିକ ସ୍ତମ୍ଭ ଗୁଡିକୁ ଯଥା ଆର୍ଥିକ ସାର୍ବଭୌମତ୍ୱ,ସାମାଜିକ ନ୍ୟାୟ, ସଂଘୀୟ ଢାଞ୍ଚା ଏବଂ ଧର୍ମନିରପେକ୍ଷତା କୁ ଖୋଲା ଉଲ୍ଲଙ୍ଘନ କରା ଯାଉଛି l ସାଧାରଣ ଜନତାଙ୍କ ଜୀବନ-ଜୀବିକାର ମୂଳ ଏବଂ ମୌଳିକ ପ୍ରସଙ୍ଗ ଗୁଡିକୁ ଯୋଜନାବଦ୍ଧ ଭାବେ ନ୍ୟୁନ କରାଯାଉଛି l ନିର୍ବାଚନୀ ବଣ୍ଡ ଜରିଆରେ ବୃହତ କମ୍ପାନୀ ମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ପାଣ୍ଠି ଆଦାୟ ଆଇନ କୁ ନିକଟରେ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ଏବଂ ଅସିଦ୍ଧ ଘୋଷଣା କରି ରାୟ ଦେଇଛନ୍ତି l

ଦେଶରେ ଆର୍ଥିକ ବୈଷ୍ୟମ୍ୟ ତୀବ୍ରତର ହେଉଛି l ଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ ନିରାପତ୍ତା ବିପନ୍ନ ହୋଇ ପଡିଛି l ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି,ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଇତ୍ୟାଦି ତୈଳଜାତ ଦ୍ରବ୍ୟ ଗୁଡିକର ଲଗାତାର ଦରବୃଦ୍ଧି ରେ ସାଧାରଣ ଜନତା ଅତିଷ୍ଠ ଏବଂ ସଙ୍କଟ ମଧ୍ୟ ରେ ଜୀବନ ବଞ୍ଚାଉଛନ୍ତି l କର୍ପୋରେଟ ଶକ୍ତି ଏବଂ ସାମ୍ପ୍ରଦାୟିକ କୂଚକ୍ରର କବଳ ରେ ଦେଶ ଗତି କରିବା ସବୁଠାରୁ ଉଦବେଗଜନକ ବିଷୟ l ଏହି ପୃଷ୍ଠଭୂମି ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ/ସ୍ୱାଧୀନ ଫେଡେରେସନ ମାନଙ୍କ ତରଫରୁ ଦେଶର ଏବଂ ଜନଜୀବନ ଜ୍ୱଳନ୍ତ ସମସ୍ୟା ଉପରେ ଦେଶବ୍ୟାପୀ ଏହି ଆନ୍ଦୋଳନ ର ଡାକରା ଦିଆଯାଇଥିଲା l

ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ, ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ସାରା ଦେଶ ରେ ମାସିକ ସର୍ବନିମ୍ନ ମଜୁରୀ 26000/ଟଙ୍କା ଧାର୍ଯ୍ୟ କରିବା,ସରକାରୀ ସମ୍ପତ୍ତି, ପ୍ରାକୃତିକ ସମ୍ପଦ ଏବଂ ରାଷ୍ଟ୍ରାୟତ ଶିଳ୍ପ ର ଘରୋଇକରଣ ବନ୍ଦ କରିବା, ସମସ୍ତ ଖାଲି ପଦବୀ ପୂରଣ କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା,ମୋଟର ଚାଳକ ମାନଙ୍କ ବିରୋଧ ରେ ଆସିଥିବା କଳା କାନୁନ କୁ ପ୍ରତ୍ୟାହାର କରିବା,ଏମ ଏସ ସ୍ୱାମୀନାଥନ ଜାତୀୟ କୃଷକ କମିଶନ ର ସୁପାରିଶ ଅନୁଯାୟୀ ସି2+50% ସୂତ୍ର ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ର ଏମ ଏସ ପି ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା,

କୃଷକ ମାନଙ୍କର ସମସ୍ତ ଋଣ ଗୋଟିଏ ଥର ଛାଡ଼ କରି ଋଣରୁ ମୁକ୍ତି ଦେବା,କୃଷକ ଏବଂ କୃଷି ଶ୍ରମିକ ମାନଙ୍କ ପାଇଁ ପେନସନ,ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ,ଜମି ଉପରେ ଚାଷୀର ଅଧିକାର,ଆଦିବାସୀଙ୍କର ଜମି ସୁରକ୍ଷା ସହିତ ଜଙ୍ଗଲ ଜମି ଅଧିକାର ଆଇନ-2006 କୁ କାର୍ଯ୍ୟକାରୀ କରିବା,ଇନପୁଟ ସବସିଡି, ମନରେଗା ଯୋଜନାରେ ବାର୍ଷିକ 200ଦିନର କାମ ଏବଂ 600ଟଙ୍କା ମଜୁରୀ ପ୍ରଦାନ, କାମ କରିବାର ଅଧିକାର କୁ ସମ୍ବିଧାନଭୁକ୍ତ କରିବା, ସମସ୍ତଙ୍କ ପାଇଁ ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ କୁ ସୁନିଶ୍ଚିତ କରିବା ଇତ୍ୟାଦି ଦାବି ଗୁଡିକ ନେଇ ଦେଶଵ୍ୟାପୀ ପ୍ରଚାର ଅଭିଯାନ ଜାରି ରହିବ ବୋଲି ଘୋଷଣା କରାଯାଇଛି l ଆମ ଦେଶର ସମ୍ବିଧାନ,ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ପାଇଁ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି l

ଓଡିଶା ରେ ଏହି ଆନ୍ଦୋଳନ କୁ ସଫଳ କରିଥିବାରୁ ରାଜ୍ୟବାସୀ, ରାଜ୍ୟର ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ଗଣସଂଗଠନ ମାନଙ୍କର ସହଯୋଗ ପାଇଁ ଅଭିନନ୍ଦନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ନେତୃତ୍ୱ ସର୍ବଶ୍ରୀ ସତ୍ୟବ୍ରତ ନାୟକ, ସୁରେଶ ସ୍ୱାଇଁ, ନିତ୍ୟାନନ୍ଦ ପରିଡା, ଶତ୍ରୁଘନ ପାଇକରା, ଧୁଶାସନ ଜେନା, ପୂର୍ଣଚନ୍ଦ୍ର ପ୍ରଧାନ, ଧୂର୍ବପରିଡା, ସଂଯୁକ୍ତା ସେଠି, ବିଭୁ ମିଶ୍ର, ମିର ଆବୁବାକର ସିଦକି, ମନୋଜ ମହାପାତ୍ର, ଭିକାରି ଚରଣ ସାହୁ, ଅନିଲ ପରିଡା, ସୁରେଶ ମହାରଣା, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, ସୁକାନ୍ତି ଜେନା, ମଞ୍ଜୁଲତା ପରିଡା, ମାନସ ମହାପାତ୍ର, ଇପିମାନସିଂହ, ରଜତ ଜେନା, ପ୍ରମୁଖ ଶ୍ରମିକ କୃଷକ ନେତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version