• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିର୍ବାଚନୀ ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ : କାର୍ତ୍ତିକ ପାଣ୍ଡିଆନ

Proprietor Abhimanyu Maharana by Proprietor Abhimanyu Maharana
February 16, 2024
in ଓଡ଼ିଶା, ସମ୍ବଲପୁର, ହୋମ୍
0
ନିର୍ବାଚନୀ ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ : କାର୍ତ୍ତିକ ପାଣ୍ଡିଆନ
Share on FacebookShare on TwitterWhatsapp

– ନିର୍ବାଚନୀ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ତୀର୍ଯକ ବାଣ
– ସବୁଠୁ କମ ସମୟରେ ଲୋକଙ୍କ ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ
– ସମ୍ବଲପୁର ଜିଲ୍ଲା ପାଇଁ ୫୮ କୋଟି ଟଙ୍କାର ୧୩୪୭ଟି କାର୍ଯ୍ୟ ମଂଜୁରୀପତ୍ର ବଣ୍ଟନ
– ୫ରୁ ୧୦ ଦିନ ଭିତରେ ହେଉଛି ଦରଖାସ୍ତର ସମାଧାନ
– ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ସହିତ ଆଶୀର୍ବାଦ କରିବାକୁ ଆହ୍ଵାନ

୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ଵର :-> ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି । ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି । ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ । କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି । କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି । ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ- ରେମେଡ ପଡିଆ, କୁଚିଣ୍ଡା କଲେଜ ପଡିଆ, ଜୁଜୁମରା ହକି ପଡିଆ, ରେଢାଖୋଲ ଏବଂ ବିଶାଲଖିଣ୍ଡା ପଡିଆରେ ପ୍ରକଳ୍ପ ମଂଜୁରୀପତ୍ର ବଣ୍ଟନ କାର୍ଯକ୍ରମ ଆୟୋଜନ ହୋଇଥିଲା ।

ଏହିସବୁ କାର୍ଯକ୍ରମରେ ଯଥାକ୍ରମେ ମନ୍ତ୍ରୀ ନିରଂଜନ ପୂଜାରୀ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଟୁକୁନି ସାହୁ ଯୋଗ ଦେଇଥିଲେ । ଏହିସବୁ ସ୍ଥାନ ସହ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଗତ ଜାନୁଆରୀ ୧୨ ଓ ୧୩ ତାରିଖରେ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକର ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ଏହି ଦରଖାସ୍ତ ମଧ୍ୟରେ ଥିବା ଧାର୍ମିକ ଅନୁଷ୍ଠାନ ରୂପାନ୍ତରଣ ପ୍ରସ୍ତାବ, ଗୋଷ୍ଠି କେନ୍ଦ୍ର ନିର୍ମାଣ ପ୍ରସ୍ତାବ ନେଇ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସମସ୍ତ ଦରଖାସ୍ତର ସମୀକ୍ଷା କରି ଆଜି ୧୩୪୭ଟି କାର୍ଯ୍ୟର ମଂଜୁରୀ ଆଦେଶ ବଣ୍ଟନ କରାଯାଇଛି ।

ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି । କଥା କମ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି । ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି । ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବାକୁ ଯାଇ ସେ କହିଥିଲେ ଲୋକେ ଏକଥାକୁ ପରୀକ୍ଷା କରିପାରନ୍ତି । ଏବେ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି, ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଆସି ବଡ ବଡ ପ୍ରତିଶ୍ରୁତି ଦେଉଥିବେ ।

ସେମାନଙ୍କୁ ଜନସାଧାରଣ ଦରଖାସ୍ତ ଦେଇ ଦେଖନ୍ତୁ ସେମାନେ କେତେ ଦିନରେ ତାହା ପୂରଣ କରୁଛନ୍ତି, ନା ବିଲକୁଲ ପୂରଣ କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ପାଂଚରୁ ଦଶ ଦିନ ଭିତରେ ଲୋକଙ୍କ ଆବେଦନ ଉପରେ ପଦକ୍ଷେପ ନେଉଛନ୍ତି । ତାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ହୃଦୟର ସହିତ ଆଶୀର୍ବାଦ କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଅପିଲ କରିଥିଲେ ।

ବିଭିନ୍ନ ଅଞ୍ଚଳକୁ ମିଳିଥିବା ପ୍ରକଳ୍ପ ମଂଜୁରୀପତ୍ର ପାଇଁ ବିଭିନ୍ନ ଅଞ୍ଚଳବାସୀ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକଳ୍ପ ମଂଜୁରୀ ବିତରଣ ବେଳେ ସମସ୍ତେ ଗଦଗଦ୍ ହୋଇ ପୂର୍ବରୁ ଏଭଳି କେବେ ହୋଇନଥିବା ପ୍ରକାଶ କରିଥିଲେ । ସମ୍ବଲପୁର ପାଇଁ ଏତେ ସଂଖ୍ୟକ ପ୍ରକଳ୍ପ ପୂର୍ବରୁ କେବେ ମଂଜୁର ହୋଇନଥିବା ମଧ୍ୟ ଲୋକେ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version