• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
February 13, 2024
in ଓଡ଼ିଶା, କୋରାପୁଟ, ଖୋର୍ଦ୍ଧା, ହୋମ୍
0
ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା
Share on FacebookShare on TwitterWhatsapp

୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ)  ଭୁବନେଶ୍ୱର :-> କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି । ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା ଏବଂ ୨୦ ବିଭିନ୍ନ ଅମେରୁଦଣ୍ତୀ ପ୍ରାଣୀ ଅନ୍ତର୍ଭୁକ୍ତ । ଏଠାରେ ମଧ୍ୟ ବଉଳ। କୁମ୍ଭୀର, ଏକକ ପ୍ରଜାତିର ବେଙ୍ଗ ଓ ପାହାଡିଆ ଝିଟିପିଟି ଦେଖାଯାନ୍ତି । ଏହା ବ୍ୟତୀତ, ଗୁପ୍ତେଶ୍ଵର ଜଙ୍ଗଲରେ କଳା ବାଜପକ୍ଷୀ, ମାଲବାର ଟ୍ରୋଗନ, ପାହାଡିଆ ବଣି , ଧଳା ପେଟ ବିଶିଷ୍ଟ କାଠହଣ। ପକ୍ଷୀ, ଏକ ଭିନ୍ନ ପ୍ରଜାତିର କୋଇଲି ଆଦି ପକ୍ଷୀଙ୍କର ସନ୍ଧାନ ମିଳିଛି ।

ଦକ୍ଷିଣ ଓଡିଶାରେ ଦେଖାଯାଉଥିବା ୧୬ ଟି ଚେମେଣି ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତି ଗୁପ୍ତେଶ୍ଵରର ରହସ୍ୟମୟ ନୂନପଥର ଗୁମ୍ଫାମାନଙ୍କରେ ଥାଆନ୍ତି । ସେଥୁମଧ୍ୟରୁ ୨ ଟି ଚେମେଣି ପ୍ରଜାତି ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ତଥ୍ୟ ଅନୁଯାୟୀ ବିଲୁପ୍ତ ପ୍ରାୟ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଜଙ୍ଗଲରେ ମଧ୍ୟ ଉଭିଦମାନଙ୍କର ଏକ ସମୃଦ୍ଧ ବିବିଧତା ରହିଛି । ୧୮୨ ପ୍ରଜାତିର ବୃକ୍ଷ, ୭୬ ପ୍ରଜାତିର ଗୁଳ୍ମ , ୧୭୭ ତୃଣ ଜାତୀୟ ଉଭିଦ, ୬୯ ପ୍ରଜାତିର ଲତା, ୧୪ ଅର୍କିଡ ପ୍ରଜାତିର ବୃକ୍ଷରାଜି ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଗଛ ଯଥା ଫଣଫଣା, ପାତାଳଗରୁଡ, ଗୁରୁଡୁ, ବରୁଣ, ପ୍ରଶାରୁଣୀ, ପାଣିକୁମୁମ , ଗାଇଗୁଟିଆ , ମୟୁରଲେଣ୍ଡୀ ଆଦି ରହିଛି ।

ଏହା ବ୍ୟତୀତ ଚାଷ ଓ ଶିଳ୍ପ ଉପଯୋଗୀ ଗୁରୁତ୍ଵପୂର୍ଣ୍ଣ ଜଙ୍ଗଲଜାତୀୟ ଅଦା ଓ ହଳଦୀ ପ୍ରଜାତିର ଅଣୁଜୀବ ମଧ୍ୟ ଏହି ଜଙ୍ଗଲ ପରିସଂସ୍ଥାନରେ ଅଛନ୍ତି । ହଳଦୀ କୁଣ୍ଡ (ଗୁପ୍ତେଶ୍ଵର ) ଜୈବବିବିଧତା ପରିଚାଳନା ସମିତି , ଜଯପୁର ବନଖଣ୍ତ ଏବଂ ଏମ. ଏସ. ସ୍ଵାମୀନାଥନ ରିସର୍ଟ ଫାଉଣ୍ଡେସନ ପକ୍ଷରୁ ଗୁପ୍ତେଶ୍ଵରକୁ ଜୈବବିବିଧତା ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ମାନେ ସ୍ଵାଗତ କରି ଏହା ଦ୍ଵାରା ଜୈବବିବିଧତା ସଂରକ୍ଷଣ ହେବ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ନୂଆ ଜୀବିକା ମାଧ୍ୟମ ଖୋଲିବ ବୋଲି ମତ ଦେଇଛନ୍ତି । ଓଡିଶା ଜୈବବିବିଧତା ବୋର୍ଡର ଅଧକ୍ଷ୍ୟା ଡ.ମୀତା ବିଶ୍ଵାଳ ଓ ସଦସ୍ୟ ସଚିବ ଡ.ନିହାର ରଞ୍ଜନ ନାୟକ ବୋର୍ଡ ର ଗବେଷକ, ବୈଜ୍ଞାନିକ ଏବଂ ହଳଦୀ କୁଣ୍ଡ ଜୈବବିବିଧତା ପରିଚାଳନା ସମିତିକୁ ଅଭିନନ୍ଦନ ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version