No Result
View All Result
୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରୀ :-> ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଲୋକେ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି. ଏହି ଅଧିକାରୀମାନଙ୍କ ଏମିତି ଏକ ଧାରଣା ରହିଛି ଯେ ଏହି ଆଇନରେ ସୂଚନା ନଦେଲେ ସରକାରୀ ସ୍ତରରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ ? ଏଣୁ ସାଧାରଣରେ ପ୍ରଶ୍ନ ଉଠିଛି ରାଜ୍ୟ ସରକାରଙ୍କ ସୂଚନା ଅଧିକାର କାହା ସ୍ୱାର୍ଥ ପାଇଁ? ଏହା ସତ୍ୟ ପ୍ରଶାସନିକ ବାବୁ ମାନେ ଜାଣନ୍ତି ଯାହା ବି ଆଇନ ଗତ ମାମଲା ହୁଏ ତାହାର ଖର୍ଚ୍ଚ ନିଜ ପକେଟ ରୁ ଯାଏନାହିଁ ! ତେଣୁ ସବୁକୁ ବେଖାତିର କରି ନିରବ ରୁହନ୍ତି ବାବୁମାନେ ।
ଏହି ସୂଚନା ମାମଲାଟି ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତକୁ ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା, ସବିଶେଷ ବିବରଣୀର ତଥ୍ୟ ଗୁଡ଼ିକ ସୂଚନା ଆଇନ ବଳରେ ସୁଶାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଲୋକ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ହେଲେ ଲୋକ ସୂଚନା ଅଧିକାରୀ ସୂଚନା ପ୍ରଦାନ କରିନଥିବା ଆମ ପ୍ରତିନିଧିଙ୍କୁ ଅଭିଯୋଗ କରି କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୂଚନା ଗୁଡ଼ିକ ପ୍ରଦାନ କରି ନାହାନ୍ତି ।
ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନକୁ ସର୍ବଦା ଦଳି ମକଚି ଦେଉଛନ୍ତି ଅଧିକାରୀ ମାନେ, ଏଠି ସରକାରଙ୍କ ନୀତିନିୟମ କାର୍ଯ୍ୟ କରେନି। ବରଂ ଅଫିସରଙ୍କ ରାଜ ଚାଲେ। ଏଠି ସୂଚନା ଆଇନରେ ତଥ୍ୟ ମିଳେନି। ଏଠି ମନଇଚ୍ଛା ମନରେଗା ଯୋଜନାରେ ମିଥ୍ୟା ବିଲ୍ କରି ମନରେଗା ଟଙ୍କା ଆତ୍ମସାତ କରାଯାଏ। ଲୋକଙ୍କ କାର୍ଯ୍ୟ କମ୍ ବରଂ ରାଜନୀତି ଅଧିକ କରି ମନଇଚ୍ଛା ଏଠି ସରକାରଙ୍କ ଟଙ୍କା ଆତ୍ମସାତ କରାଯାଏ। ଯାହାର ଅନେକ ଉଦାହରଣ ରହିଛି। ନିକଟରେ ଅତୀତରେ ମନରେଗା ଯୋଜନାରେ କାର୍ଯ୍ୟ ନକରି ଅନେକ କର୍ମଚାରୀ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।
ସୁଶାନ୍ତ ପ୍ରଧାନ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଥମ ଅପିଲ ମଧ୍ୟ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଥମ ଅପିଲ କର୍ତ୍ତୃପକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର ଏହାକୁ ବିଚାର କରି ୭ ଦିନ ମଧ୍ୟରେ ସୁଶାନ୍ତ ପ୍ରଧାନଙ୍କୁ ତଥ୍ୟ ଦେବା ନିମନ୍ତେ ଲୋକ ସୂଚନା ଅଧିକାରୀଙ୍କୁ ତା-୦୮-୧୧-୨୦୨୩ ରିଖରେ ପତ୍ର ମାଧ୍ୟମରେ ଅବଗତ କରିଥିଲେ। ପତ୍ରର ଏକାକିତା ଅବିକଲ ନକଲ କପି ଅପିଲକାରୀଙ୍କୁ ପ୍ରଦାନ କରିଥିଲେ।
କିନ୍ତୁ, ଦୀର୍ଘଦିନ ବିତିଥିଲେ ମଧ୍ୟ ଦାୟିତ୍ବରେ ଥିବା ଲୋକ ସୂଚନା ଅଧିକାରୀ ନୃସିଂହ ଚରଣ ମିଶ୍ର ସୂଚନା ପ୍ରଦାନ କରି ନାହାଁନ୍ତି। ସୁଶାନ୍ତ ପ୍ରଧାନ ଓଡ଼ିଶା ସୂଚନା କମିଶନଙ୍କ ଠାରେ ଦ୍ୱିତୀୟ ଅପିଲ କରିଛନ୍ତି। ଦେଖିବାକୁ ବାକି ରହିଲା ଓଡ଼ିଶା ସୂଚନା କମିଶନର ଏହାର କ’ଣ ବିଚାର କରିବେ ।

No Result
View All Result