No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନିରାକାରପୁର :- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ କଞ୍ଛିଲୋ ରେଳ ଫାଟକ ନିକଟରୁ ଜଙ୍କିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଚଢ଼ାଉ କରି ଦୁଇଟି ପଥର ବୋଝେଇ ଗାଡି ଜବତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ କି ଜଙ୍କିଆ ପୋଲିସ ପେଟ୍ରୋଲିଙ୍ଗ କରିଥିବାବେଳେ ଆଜି ସନ୍ଧ୍ୟାରେ ଦୁଇଟି ପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ଡ଼୍ରାଇଭର ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟି ଜବତ କରି ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି।

No Result
View All Result