୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ରଣପୁର :-> ନୟାଗଡ ଜିଲ୍ଲା ରାଜରଣପୁର ଶାମୁକାସାହି ୮ନମ୍ଵର ୱାର୍ଡର ନିଧିଆ ପ୍ରଧାନ ଓ ସୀତାଦେଇ ଙ୍କ ସୁକନ୍ୟା ସୁଜାତା ପ୍ରଧାନ କ୍ୟାନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନିଜର କେଶ ଦାନ କରି ଚର୍ଚ୍ଚାରେ ଅଛନ୍ତି। ସୂଚନା ଥାଉକି; ଯଦି କୌଣସି ବ୍ୟକ୍ତିବିଶେଷ କ୍ୟାନସର ରୋଗରେ ପୀଡ଼ିତ ଥା’ନ୍ତି କେମୋଥେରାପି ପରେ ତାଙ୍କର କେଶ ସମ୍ପୂର୍ଣ୍ଣ ଝଡ଼ି ଯାଇଥାଏ। ବିଶେଷ କରି ଏହି ରୋଗରେ ପୀଡିତ ଥିବା ମହିଳାମାନେ କେମୋଥେରାପି ପରେ ସେମାନଙ୍କର କେଶ ଝଡ଼ିଗଲାପରେ ସେମାନେ ଲଜ୍ଜିତ ଅନୁଭବ କରି ବାହାରକୁ ବାହାରି ପାରନ୍ତି ନାହିଁ। ନାରୀର ସୌନ୍ଦର୍ଯ୍ୟ ହେଉଛି କେଶ।

ତେଣୁ ବିନା କେଶରେ ସେମାନେ ବାହାରକୁ ବାହାରିବା ପାଇଁ ଲଜ୍ଜିତ ମନେ କରନ୍ତି। ସେମାନଙ୍କୁ ଲଜ୍ଜା ମୁକ୍ତ କରିବା ପାଇଁ ଓଡ଼ିଶା ଏବଂ ଝାଡଖଣ୍ଡ ରାଜ୍ୟରେ “ଶୋଭା” ଟ୍ରଷ୍ଟ ଏହି ଦିଗରେ କାର୍ଯ୍ୟ କରୁଅଛି। ‘କେଶ ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ’ ଅଭିଯାନ ଆରମ୍ଭ କରିଅଛି। ଏହି ଦିଗରେ ଲୋକମାନଙ୍କୁ ସଚେତନ କରିବା ସହିତ କେମୋଥେରାପି ପରେ କେଶ ଝଡ଼ି ଯାଇଥିବା ମହିଳା ମାନଙ୍କୁ ବିନାମୂଲ୍ୟରେ ଉଇଗ୍ ବା ନକଲି ଯୋଗାଇଥାଏ ଏବଂ କେଶ ସଂଗ୍ରହ ମଧ୍ଯ କରିଥାଏ।

ଏ ପର୍ଯ୍ୟନ୍ତ ଆମ ଓଡ଼ିଶାରୁ ୧୩୦ ଗୋଟି କେଶ ସଂଗ୍ରହ କରାଯାଇଅଛି ଏବଂ ୧୭ ଜଣ କ୍ୟାନସର ପୀଡ଼ିତା ମହିଳା ମାନଙ୍କୁ ଆମ ଓଡ଼ିଶାରୁ ଉଇଗ୍ ବା ନକଲି କେଶ ପ୍ରଦାନ କରା ଯାଇଅଛି। ଏହି କେଶ ସଂଗ୍ରହରେ ସ୍ଵ ଇଚ୍ଛାରେ ବହୁ ମହିଳାମାନେ କେଶ ଦାନ କରିବା ସହିତ ବିଭିନ୍ନ ପାର୍ଲର ମହିଳା ମାନେ ମଧ୍ଯ କେଶ ଯୋଗାଇ ଆସୁଛନ୍ତି। ଚଳିତ ବର୍ଷ ବିଶ୍ଵ କ୍ୟାନସର ଦିବସ ଅବସରରେ ବାଲେଶ୍ଵର ସୋର ଠାରେ ଏକ କେଶ ସଂଗ୍ରହ କ୍ୟାମ୍ପ କରା ଯାଇଥିଲା। ଏହି ଶିବିରରେ ସୁଦୂର ନୟାଗଡ଼ ଜିଲ୍ଲା ରଣପୁର (ଶାମୁକା ସାହି) ଝିଅ ସୁଜାତା ପ୍ରଧାନ ଉକ୍ତ ଶିବିରରେ ନିଜର କେଶଦାନ କରି ସମାଜର ଯୁବତୀ ମାନଙ୍କୁ ନୂଆ ଦିଶା ଦେଇଛନ୍ତି।ସୁଜାତାଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।













