No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚରେ ଏଫ୍ ସି କ୍ଲବ ଖଣ୍ଡପଡାକୁ ୨-୦ଗୋଲରେ ହରାଇ ଟାଗିଂ ଚମ୍ପିୟାନ ହୋଇଛି।ନିର୍ଧାରିତ ସମୟରେ ଟାଗିଂ ଖଣ୍ଡପଡାକୁ ୨ -୦ ଗୋଲରେ ହରାଇ ଚମ୍ପିୟାନ ହୋଇଛି।ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ରାଜ୍ୟ ବିଜୁଜନତା ଦଳର ବରିଷ୍ଠ ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂ,ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା,ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା,ଲେଣ୍ଡୋ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ।
ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନ ର ସଂମ୍ପାଦକ ନୃସିଂହ ଦଳେଇ । ଖେଳ ପରିଚାଳନା କରିଥିଲେ ଅବିନାଶ ପଟ୍ଟନାୟକ,ସୁକାନ୍ତ ପ୍ରଧାନ, ପ୍ରମୋଦ ଦାଶ ଓ ମ୍ୟାଚ ରେଫରୀ ହ୍ରୁଦାନନ୍ଦ ମହତରାୟ। ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଶେଷରେ ଅତିଥିଗଣ ଚମ୍ପିୟାନ ହୋଇଥିବା ଟାଗିଂ ଦଳକୁ ଟ୍ରଫି ଓ ଅର୍ଥରାଶି ଦେଇଥିବା ବେଳେ ରନରସ୍ଅପ ଏଫସି କ୍ଲବ ଖଣ୍ଡପଡାକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ।ଆଜିର ଖେଳକୁ କାଶିପୁର ମା ଭୈରବୀ ଯୁବ ସଂସଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

No Result
View All Result