୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ପରିଚାଳିତ ହିଞ୍ଜିଳିକାଟୁ ଇ – ନାମ ମଣ୍ଡିରେ ବୁଧବାର ରମ୍ଭା ବ୍ଲକ ଅନ୍ତର୍ଗତ ଶିପାକୁଦା ଗ୍ରାମର ଚାଷୀ ସନ୍ତୋଷ କୁମାର ନାହକ ଚାଷ କରିଥିବା ବିଲାତି ବାଇଗଣ କି.ଗ୍ରା.ପ୍ରତି ୧୭ ଟଙ୍କା ହିସାବରେ ୨୮ କ୍ଵିଣ୍ଟାଲ ବିକି ମୋଟ ୪୭ ହଜାର ୬ଶହ ଟଙ୍କା ପାଇଛନ୍ତି। ଯାହା ବର୍ତ୍ତମାନର ଚାଲିଥିବା ବଜାର ମୂଲ୍ୟ ଠାରୁ ଅଧିକ ଥିବାର ସୁଚନା ମିଳିଛି ।

ଉକ୍ତ କୃଷିଜାତ ଦ୍ରବ୍ଯକୁ ଉଦଳା ଇ-ନାମ ମଣ୍ଡିର ବ୍ୟବସାୟୀ ଖିତିଶ କୁମାର ମହାପାତ୍ର ଇ ନାମ ପୋର୍ଟାଲ୍ ର ଆନ୍ତଃରାଜ୍ୟ ପ୍ରକ୍ରିୟା ମାଧ୍ୟମରେ କ୍ରୟ କରି ଅଛନ୍ତି । ଚାଷୀ ସନ୍ତୋଷ ଇ – ନାମ ମାଧ୍ୟମରେ ବିକ୍ରି କରି ଅଧିକ ମୂଲ୍ୟ ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଅଞ୍ଚଳର ଚାଷୀ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କୃଷିଜାତ ଦ୍ରବ୍ୟ ବିକ୍ରି କରି ଲାଭବାନ ହେବା ପାଇଁ ଅନୁରୋଧ କରିଛନ୍ତି ।
ବିଲାତି ବାଇଗଣ କିଣାବିକା ସମୟରେ ହିଞ୍ଜିଳିକାଟୁ ଇ-ନାମ ମଣ୍ଡିର ନୋଡାଲ ଅଫିସର ପବିତ୍ର କୁମାର ସାହୁ , ଡାଟାଏଣ୍ଟ୍ରି ଓପରେଟର ଦେବରାଜ ନାହକ, ଇ ନାମ ମଣ୍ଡି ବିଶ୍ଳେଷକ, ବିଧୁ ଭୂଷଣ ପଲେଇ , ଉଦଳା ଇ ନାମ ମଣ୍ଡି ବିଶ୍ଳେଷକ ବିନୀତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କିଣା ବିକା ପ୍ରକ୍ରିୟାକୁ ହିଞ୍ଜିଳିକାଟୁ ମଣ୍ଡିର ସମ୍ପାଦକ ବିନାୟକ ବିଶ୍ଵାଳ ଉପସ୍ଥିତି ରହି ପରିଚାଳନା କରିଥିଲେ ।














