
୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ର ସ୍ୱାଭିମାନ ମଞ୍ଚ ଫାଟି ଫାଳ ଫାଳ ହୋଇଯାଇଛି । ସ୍ୱାଭିମାନ ମଞ୍ଚ ର ମୁଖ୍ୟ ନେତା ଶ୍ରୀ ହରି ଯାହାଙ୍କୁ ନେଇ ମଞ୍ଚ ଗଠନ ହୋଇଥିଲା ଏପରିକି ଶ୍ରୀ ହରି ଙ୍କୁ ନେଇ ବିଗତ ଦିନରେ ସଭା କରାଯାଉଥିଲା ,ସେହି ମୁଖ୍ୟ ନେତା ଶ୍ରୀ ହରି ଆଜି ସଭାକୁ ଆସିନଥିଲେ । ଏପରିକି ଅଧିକାଂଶ ଲୋକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୁହଁ ବୋଲି ଚର୍ଚ୍ଚା ଚାଲିଛି ।
ବିଜୁ ଜନତା ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ଜିଲ୍ଲା ଉପ ସଭାପତି ପଦରୁ ସସ୍ପେଣ୍ଡ ହୋଇଥିବା ପ୍ରଦୋଷ କୁମାର ଜେନା ଯେଉଁ ଭଳି ସ୍ୱାଭିମାନ ମଞ୍ଚ କରି କେତେବେଳେ ନେତା ଶ୍ରୀ ହରି ଙ୍କୁ ତ କେତେବେଳେ ଅନ୍ୟ କାହାକୁ ନେତା କରି,
-
ସ୍ୱାଭିମାନ ମଞ୍ଚ ର ନେତା ଶ୍ରୀ ହରି ଙ୍କୁ ମିଳିଲାନି ଦେଖା
-
ଏପରିକି ଅଧିକାଂଶ ଲୋକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୁହଁ ବୋଲି ଚର୍ଚ୍ଚା ଚାଲିଛି ।
-
ସରକାର ଙ୍କ ବିକାଶ ମୂଳକ ଯୋଜନା ର ବାଧକ ସାଜିଛନ୍ତି ,ଏପରିକି ଏଭଳି କାର୍ଯ୍ୟକ୍ରମ କରିଛନ୍ତି .
-
ହଳଦୀବସନ୍ତ ପରି ଆଉ କେତେ ରଙ୍ଗ ବଦଳାଇବେ


ବିଦ୍ୟାଳୟ କାର୍ଯ୍ୟ କୁ ବିରୋଧ କରିବା ,ବିଜେପି ,କଂଗ୍ରେସ ନେତା ମାନଙ୍କ ସହ ସପର୍କ ରଖି କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ୍ ନିନ୍ଦନୀୟ ବୋଲି ଜନ ସାଧାରଣ ରେ ମତ ପ୍ରକାଶ ପାଇଛି ।ଆଜି ଯେଉଁ ସ୍ୱାଭିମାନ ମଞ୍ଚ ର ସଂକଳ୍ପ ସମାବେଶ ସଭା ହୋଇଥିଲା ସେହି ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଲୋକ କମ୍ ସହ ଦଳ ବିରୋଧୀ ,ବିଜେପି ଓ ଅନ୍ୟ ଦଳର ଲୋକ ଥିଲେ ବୋଲି ଚର୍ଚ୍ଚା ଜୋର୍ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପାଇଁ ଯେଉଁ ଭଳି ଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିକଶିତ ହେବାରେ ଲାଗିଛି ତାହା ଦେଖି ଭୋକ ବିକଳରେ ତାଟିଆ କମୁଡୁଛନ୍ତି ସ୍ୱାଭିମାନ ମଞ୍ଚ ବୋଲି ଲୋକ ଲୋଚନରେ ଚର୍ଚ୍ଚା ଜୋର୍ ଧରିଛି । ସ୍ୱାଭିମାନ ମଞ୍ଚ ଆଉ କେତେ ନେତା ବଦଳେଇବେ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି ।













