୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ,ସଂସ୍କୃତି ଏବଂ ପରମ୍ପରା କୁ ନେଇ ଆସନ୍ତା ଫେବୃଆରୀ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ନୂଆଗାଁ କଲେଜ ସମ୍ମୁଖ ମହୋତ୍ସବ ପଡ଼ିଆରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ।ଏନେଇ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ପୋଷ୍ଟର ଉନ୍ମୋଚନ କରିଛନ୍ତି।ପୋଷ୍ଟର ଉନ୍ମୋଚନ ସମୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ମହୋତ୍ସବ କମିଟି ର ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ ,ଆତ୍ମ ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଗୋଲଖ ବିହାରୀ ଗୋଚ୍ଛାୟତ,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ସଞ୍ଜୀବ କୁମାର ଡାକୁଆ,ସୁଶାନ୍ତ କୁମାର ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଏଭଳି ମହୋତ୍ସବ ନୂଆଗାଁ ବ୍ଲକ୍ ରେ ହେଉଥିବାରୁ ବ୍ଲକ୍ ର ଜନ ସାଧାରଣ ଦଶପଲ୍ଲା ବିଧାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି।














