୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଭୁବନେଶ୍ବର :-> ଗ୍ରାହକ ମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖ୍ ଅତି ଆକର୍ଷଣୀୟ, ଚିତାକର୍ଷକ ଓ ମନଲୋଭା କାଠ ନିର୍ମିତ ଦେବା ଦେବୀ ଓ ଅନ୍ୟାନ୍ୟ ମୂର୍ତ୍ତି ନିର୍ମାଣ କରି ରାଜଧାନୀ ତଥା ବିଭିନ୍ନ ଜିଲ୍ଲା ସ୍ତରରେ ଆୟୋଜିତ ହସ୍ତତନ୍ତ୍ର ମେଳାରେ ଏ ସବୁକୁ ପ୍ରଦର୍ଶନ କରିବା ସହ ଅପୂର୍ବ ପୂର୍ବ ବ୍ୟବସାୟିକ ସଫଳତା ହାସଲ କରି ଜଳ ମାନସରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି ବଲାଙ୍ଗୀରର 47 ୱାର୍ଡର ତଳିପଲ୍ଲୀପକାର ଯୁବ ଭଦ୍ୟୋଗୀ ଅନୋଜ ମହାରଣା । ଆଗାମୀ ଦିନରେ ହସ୍ତତନ୍ତ୍ର ମେଳା ମାନଙ୍କରେ ଅଧିକରୁ ଅଧିକ ସୁଯୋଗ ପାଇଲେ ସେ ତାଙ୍କର କାରିଗରୀ କଳା ଶୈଳୀ କୁ ଆହୁରି ଜନ୍ନତମାନର କରିପାରିବେ ବୋଲି ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୋ ପାଖକୁ ବିଭିନ୍ନ ବର୍ଗର ଗ୍ରାହକ ପ୍ରତିଦିନ ଆସିଥାନ୍ତି । ସେମାନଙ୍କୁ ଭୃତି ଅନୁଯାୟୀ ଆମ କର୍ମଶାଳାରେ ପ୍ରାୟ ଏକ ଫୁଟରୁ ତଦୁଦ୍ଧି ଉଚ୍ଚତା ବିଶିଷ୍ଟ ମୂର୍ତି ମାନ ପ୍ରସ୍ତୁତ କରାଯାଇଥାଏ ଏବଂ ଅର୍ଜର ଅନୁଯାୟୀ ଏହି ସବୁକୁ ସପ୍ତାଇ ମଧ୍ୟ କରିଥାଉ । କେବଳ ବଲାଙ୍ଗୀର ନୁହେଁ ଭବାନୀପାଟଣା ସ୍ଥିତ ମହାବୀର ପଢ଼ାରେ ମଧ୍ୟ ମୋର ଏକ କର୍ମଶାଳା ଅଛି । ସେଠାରେ ଆମର କାରିଗରମାନେ ପ୍ରତିଦିନ ମୂର୍ତ୍ତି ନିର୍ମାଣ କରିଥାନ୍ତି ।
ପୂର୍ବରୁ ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାରେ ହସ୍ତତନ୍ତ୍ର ମେଳାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମତେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଦ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ସୂଚନା ମିଳୁଛି । ଯାହାକୁଳି ମୁଁ ସଠିକ ସମୟରେ ପାଇପାରୁନାହିଁ । ପ୍ରଶାସନ ଯଦି ମିଶନ ଶକ୍ତି କିମ୍ବା ସିଧାସଳଖ ମୋତେ ସୂଚନା ପ୍ରଦାନ କରିବେ ତେବେ ମୁଁ ଅଧିକରୁ ଅଧିକ ସୁଯୋଗ ପାଇପାରିବି । ବ୍ୟବସାୟିକ ଦୃଷ୍ଟି କୋଣରୁ ହେବାକୁ ଯାଉଥିବା ହସ୍ତଶିଳ୍ପ ମେଳାରେ ଲାଭବାନ ହେବା ସହ ବହୁ ସୁନ୍ଦର ସୁନ୍ଦର ମୂର୍ତ୍ତି ଗୁଡିକୁ ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇପାରିବୁ ବୋଲି ସେ ଶେଷରେ କହିଛନ୍ତି।














