No Result
View All Result
୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ/ବୟାଳିଶମୌଜା :-> ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୁଣ୍ୟତୋୟା ଭାରତ ବର୍ଷର ଦ୍ୱାଦଶତମ ବାର୍ଷିକ ଉତ୍ସବ ସଭାପତି ସ୍ଵୟମ ଶ୍ରୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ନଗର ସ୍ଥିତ ଗାନ୍ଧୀ ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଗଣିତ, ରଚନା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ବକ୍ତୃତା, ଗୀତ, ନାଚ ପ୍ରଭୃତିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନୁଷ୍ଠାନର ସଭାପତି ସ୍ୱୟମ ଶ୍ରୀ ରାୟଙ୍କ ସଭାପତିତ୍ଵରେ ମୂଖ୍ୟ ଅତିଥି ଶ୍ରୀ ଗୋଲଖ ମହାପାତ୍ର, ମୁଖ୍ୟ ବକ୍ତା ଶ୍ରୀ ସୌର ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଇଂ ପ୍ରକାଶ ସେଠୀ, ଇଂ ପ୍ରଦୀପ ବେହେରା ଓ ପ୍ରଭାତ ଦେବତା ଯୋଗଦେଇ ପୁରସ୍କାର ବିତରଣ କରିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅମରେନ୍ଦ୍ର ଦାଶ ବାର୍ଷିକ ବିବରଣୀ ଓ ଅନୁଷ୍ଠାନର ରଥଯାତ୍ରା, ବାଲିଯାତ୍ରା, ବନ୍ୟା, ବାତ୍ୟା, ମହାମାରୀ ସମୟରେ ସେବା ସମ୍ବନ୍ଧରେ ସୂଚନା ଦେବା ସହିତ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ଏକ ଗୋଶାଳା ନିର୍ମାଣ ସମ୍ବନ୍ଧରେ ସୂଚନା ଦେଇଥିଲେ.
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଟାନର ସହ ସମ୍ପାଦକ ଶଙ୍କର ବେହେରା, ସୌମ୍ୟରଞ୍ଜନ ଦାଶ, ବରିଷ୍ଟ ସଭ୍ଯ ଅଜୟ ଦାଶ, ସମ୍ରାଟ କେଶରୀ ମିଶ୍ର, ସତ୍ୟନାରାୟଣ ପଣ୍ଡା, ଯଶୋବନ୍ତ ନାୟକ ଓ ଅମିତାଭ ବିଶ୍ଵାଳ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗୀତାରେ ପ୍ରୟାସ ନୃତ୍ୟଶାଳାର ନୃତ୍ୟଗୁରୁ ସ୍ନେହା ପ୍ରଭା ପଟ୍ଟନାୟକ ଓ କୁସୁମ ମଞ୍ଜରୀ ନାୟକ ନୃତ୍ୟ ପ୍ରତିଯୋଗୀତାର ମୂଲ୍ୟାୟନ କରିଥିଲେ। ସଙ୍ଗୀତ ପ୍ରତିଯୋଗୀତାରେ କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସାହୁ ଓ ସଦାଶିବ ମହାନ୍ତି ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ପ୍ରଶାନ୍ତ ଦାଶ ଧନ୍ଯବାଦ ଅର୍ପଣ କରି ଶାନ୍ତି ପାଠ ପୂର୍ବକ ସଭା ସମାପନ ଘୋଷାଣା କରିଥିଲେ।

No Result
View All Result