୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଦଶପଲ୍ଲା :- ବାଉଁଶ ପାଇଁ ସାରା ଓଡିଶା ରେ ବାଉଁଶ ପାଇଁ ପ୍ରଶିଦ୍ଧ ଦଶପଲ୍ଲା ରୁ ଏବେ ବାଉଁଶ ବିଲୋପ ହେବାକୁ ଯାଉଛି । ବର୍ଷାଦିନେ ବାଉଁଶ ଗଜା ବା କରଡ଼ି ବ୍ୟବସାୟ,ବଜାରଘାଟଠାରୁ ଆରମ୍ଭ କରି ଗାଁ ଗହଳି ସବୁଠାରେ ଖୋଲାମେଲା ଭାବେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ କରଡ଼ିକୁ ଜିଲ୍ଲା ବାହାରକୁ ଚାଲାଣ କରି କିଛି ମାଫିଆ ଏହି ବ୍ୟବସାୟ ଚଳାଇ ଆସିଛନ୍ତି। ମୁଖ୍ୟତଃ ଦେଖିବାକୁ ଗଲେ, ବାଉଁଶ ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ସରକାର ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ଦଶପଲ୍ଲା ଜଙ୍ଗଲ ମୂଲ୍ୟବାନ କାଠ ଭଳି ଦିନେ ବାଉଁଶ ପାଇଁ ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲା। ଜଙ୍ଗଲରେ ଏତେ ମାତ୍ରାରେ ବାଉଁଶ ଭରପୂର ରହିଥିଲା ଯାହାକି ଏଠାରେ ଏକ କାଗଜଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଉଠିଥିଲା । ବାଉଁଶ ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ,
ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ପାଇଁ ବାଉଁଶ ଜଙ୍ଗଲ ଛାରଖାର୍ ହେଉଛି। ବିଶେଷକରି ଏହାକୁ ମାଫିଆମାନେ କାଟି ବ୍ୟାପକ ଭାବେ ଚାଲାଣ କରୁଛନ୍ତି। ଏଥିଯୋଗୁ ବାଉଁଶ ଜଙ୍ଗଲ ବୃଦ୍ଧି ପାଇବାରେ ଏହା ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏବେ ବାଉଁଶ ଗଜା ଆରମ୍ଭ ହେଉଥିବା ବେଳେ ବ୍ୟବସାୟ ଆରମ୍ଭ ହୋଇ ଗଲାଣି। ଲାଭଖୋର୍ ମନୋଭାବ ପାଇଁ ଏହାକୁ ଦଶପଲ୍ଲାରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରାଯାଉଛି। ସହରାଞ୍ଚଳରେ ବାଉଁଶ ର ବେଶ୍ ଚାହିଦା ରହିଥିବାରୁ ମାଫିଆମାନେ ଜିଲ୍ଲା ବାହାରକୁ ଚାଲାଣ କରି ଭଲ ଦି ପଇସା ରୋଜଗାର କରିବାର ପନ୍ଥା ଆପଣାଇ ନେଉଛନ୍ତି ।
ଦଶପଲ୍ଲାର ପୋଖରୀଗୋଛା, ଚଢ଼େୟାପଲ୍ଲୀ, କଳସାଖମଣ, ନୂଆଗାଁ, ଟାକରା, ଭୋଗବାଡ଼ି, ସରିଗଣ୍ଡା, ଘୁଗୁଡିପଡା, କୁଲୁରୁକୁମ୍ପା, ବାଣୀଗୋଛା, କୁଜାମେଣ୍ଠି, ତେଣ୍ଡାବାଡ଼ି ପ୍ରଭୃତି ନିକଟବର୍ତୀ ଜଙ୍ଗଲରୁ ବାଉଁଶ ବହୁଳ ଭାବେ ସଂଗ୍ରହ କରାଯାଉଛି। ଏହାର ଗୋଟା ପ୍ରତି ମୂଲ୍ୟ ଏବେ ୪୦ ଟଙ୍କାରୁ ୧୦୦ ଟଙ୍କା ରହିଥିବା ବେଳେ ଜିଲ୍ଲା ବାହାରେ ଏହାର ମୂଲ୍ୟ ଅଧିକ ରହୁଛି। ନାମକୁ ମାତ୍ର କାଗଜପତ୍ରରେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ବାଉଁଶ ଚୋରାଚାଲାଣ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି।














