୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ଅଯୋଧ୍ୟା ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଚିଲିକା ଓ ବାଣପୁର ସ୍ଥିତ ସମସ୍ତ ରାମ ଓ ବିଷ୍ଣୁମନ୍ଦିର ଉତ୍ସବ ମୁଖର ହୋଇଉଠିଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ମାନେ ଶ୍ରୀ ରାମ ନାରା ସହ ନାମ ସଙ୍କୀର୍ତ୍ତନ ଓ ବୈଦିକ ହୋମ ଯଜ୍ଞ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସ୍ରୃଷ୍ଟି କରି ପ୍ରସାଦ ସେବନ ସହ ପାରସ୍ପରିକ ଭାଇଚାରା ବାଣ୍ଟିଛନ୍ତି। ଏହି ପରିପ୍ରେକ୍ଷୀରେ ନାଚୁଣୀ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ଜାଗ୍ରୃତିକା ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଵ୍ରୃଷଭ ଛକ ଠାରୁ ବଡପଦର ସ୍ଥିତ ଜଗତି ପାହାଡ଼ ବିଜେ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର ଯାଏଁ ନାଚୁଣୀ ସ୍ଥିତ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର
ଦେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାର କରା ଯାଇଥିଲା। ବିଭିନ୍ନ ଆଧ୍ୟାତ୍ମିକ ଶ୍ଲୋଗାନ୍ ସହ ପାଇକ ଆଖଡ଼ା ଦଳ ସେମାନଙ୍କ ର ପ୍ରଦର୍ଶନ ଠାକୁରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ରାମଚନ୍ଦ୍ର କର, ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଶୋଭାଯାତ୍ରାରେ ଭାଗନେଇ ଜଗତି ପାହାଡ଼ ସ୍ଥିତ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ଏକତ୍ରିତ ହୋଇଥିଲେ। ସେଠାରେ ଶ୍ରୀ ରାମ ଙ୍କ ବିଗ୍ରହ ସମ୍ମୁଖରେ ଶ୍ରୀରାମଙ୍କ ସ୍ତୋତ୍ର, ହନୁମାନ ଚାଳିଶା ଏବଂ ସିନ୍ଦୁରା କାଣ୍ଡ ପଠନ କରାଯାଇଥିଲା। ଏହାପରେ ମହାଵୀର ମନ୍ଦିର ପରିସରରେ ପ୍ରସାଦ ସେବନ ରେ ସମସ୍ତ ଙ୍କୁ ଆପ୍ୟାୟିତ କରାଯାଇଥିଲା।
ସେହିଭଳି ଚିଲିକା ବ୍ଲକ୍ ବଉଳାଵନ୍ଧ ଗ୍ରାମରେ ଶ୍ରୀ ରାମ ଙ୍କ ମନ୍ଦିର ରେ ବୈଦିକ ହୋମ ଯଜ୍ଞ ଓ ପୂଜାପାଠ ସହ ଏହି ଉତ୍ସବରେ ଗ୍ରାମବାସୀ ସାମିଲ୍ ହୋଇଥିଲେ।ବଡପଦର, ନାଚୁଣୀ କହ୍ନେଇ ପୁର,ଦତ୍ତ ପୁର,କୁମାଣ୍ଡୋଳ,ନଈରୀ, ରାମପୁର,ସରଳାପଦର ସମେତ ଶତାଧିକ ଗ୍ରାମରେ ବିଭିନ୍ନ ଶ୍ରୀ ରାମ ଲୀଳା ଅନୁଷ୍ଠାନ ପକ୍ଷରୁ ସାମୂହିକ ଭାବେ ଏହି ଉତ୍ସବ ଏକ ଆଧ୍ୟାତ୍ମିକ ମାହୋଲ୍ ସ୍ରୃଷ୍ଟି କରିଥିଲା। ସେହିଭଳି ଭାବରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନଂ ୧ ଅନ୍ତର୍ଗତ ସ୍ବର୍ଣ୍ଣ ବିହାର ସାହି ତରଫରୁ ସମସ୍ତ ସାହି ବାସିନ୍ଦା ଭଜନ କୀର୍ତ୍ତନ କରି ସାହି ପରିକ୍ରମା କରିଥିଲେ
, ରାତ୍ରରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ ବିଷ୍ଣୁ କେଶରୀ ବିଶ୍ଵାଳ, ଅକ୍ଷୟ କୁମାର ସାହୁ, ତ୍ରିଲୋଚନ ସାହୁ,ଅଜୟ କୁମାର ମହାପାତ୍ର, ଗୁଣନିଧି ବେହେରା, ପ୍ରଦୀପ ଜେନା, ଗଦାଧର ସାହୁ, ଦିଲ୍ଲିପ ପାତ୍ର, ସୁଧାଂଶୁ ଶେଖର ମହାପାତ୍ର, ଜୟରାମ ଦାଶ, ସୁଧାକର ନାୟକ, ସୁରେନ୍ଦ୍ର କୁମାର ନାୟକ ସହିତ ଜାଗୁଆର କ୍ଲବ ର ସମସ୍ତ ସଦସ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହୋଇଥିଲେ।

© 2023 Odisha Taza News.