No Result
View All Result
୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ଚିଲିକା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧର ପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ଶିକ୍ଷାବିତ ଅଶ୍ଵିନୀ କୁମାର ମହାପାତ୍ର ଙ୍କ ପୈ। ରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମତୀ ଶୈଳବାଳା ସାହୁ, ଆଚାର୍ଯ୍ୟ ଜୟଶ୍ରୀ ମହାପାତ୍ର, ଅକ୍ଷୟ କୁମାର ପଲାଇ,
ଉମାକାନ୍ତ ମହାପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ମହାନ୍ ବିପ୍ଲବୀ ତଥା ସ୍ଵାଧିନତା ସଂଗ୍ରାମୀ ସୁଭାଷଙ୍କ ଦୁଃସାହସିକ ସଂଗ୍ରାମ ଓ ଦେଶ ପାଇଁ ତାଙ୍କ ର ଆଜୀବନ ତ୍ୟାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଵିଵରଣୀ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ପ୍ରାରମ୍ଭରେ ନେତାଜୀ ଙ୍କ ସୁସଜ୍ଜିତ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା।

No Result
View All Result