No Result
View All Result
୨୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ ଆଜି ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ‘ନୂଆ – ଓ’ ଆନୁକୂଲ୍ୟରେ ଶ୍ରୀ ଜୟଦେବ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ନହରକଣ୍ଟାଠାରେ ‘ ଓଡିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି’ ବିଷୟକ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ବିଷୟ ବିଶେଷଜ୍ଞ ଭାବେ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ଖାରବେଳ ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ନାରାୟଣ ସାହୁ , ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ଯୋଗଦେଇ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ପ୍ରତି ଅନୁରକ୍ତି ଓ ସଂସ୍କୃତି ପ୍ରତି ଶ୍ରଦ୍ଧାଭାବ ସୂୁଷ୍ଟି କରିଥିଲେ ।

ଏହି ଆଲୋଚନାର ସଭାମୁଖ୍ୟ ଥିଲେ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ସେଠୀ । ଅଧ୍ୟାପିକା ଶ୍ରୀ ପରିଡା ସଂଯୋଜନା କରିଥିବା ବେଳେ ନୋଡାଲ ଅଫିସର ଡ. ସଂଘମିତ୍ରା ମହାପାତ୍ର , ଅଧ୍ୟାପିକା ମିନର୍ଭା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାଧ୍ୟାପିକା ଜ୍ୟୋତ୍ସ୍ନା ପୂୁଷ୍ଟି ସ୍ୱାଗତ ଭାଷଣ ପରିବେଷଣ କରିଥିବା ବେଳେ ପ୍ରାଧ୍ୟାପକ ଡ. ଧୀରେନ୍ କୁମାର ରାଉତରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପିକା ଅମିତା ମହାନାୟକ, ପ୍ରାଧ୍ୟାପିକା ଜ୍ୟୋସ୍ନା ତ୍ରିପାଠୀ, ପ୍ରାଧ୍ୟାପିକା ସୁଲୋଚନା ବାରିକ, ପ୍ରାଧ୍ୟାପିକା କଲ୍ୟାଣୀ ମହାନ୍ତି, ପ୍ରାଧ୍ୟାପିକା ପ୍ରତିମା ରାଉତ, ଅଧ୍ୟାପକ କରମ ଚାନ୍ଦ ସିଂ, ଅଧ୍ୟାପକ ଅରୁଣ କୁମାର ରଥ, ଡ. ତପସ୍ଵିନୀ ମହାରଣା, ପ୍ରତିମା ଭୋଇ, ବନ୍ଦିତା ସାହୁ, ସୋନାଲି ସାହୁ, ପ୍ରାଚୀ ପୁଣ୍ୟପ୍ରଭା,

ହୃଦାନନ୍ଦ ବଳିଆର ସିଂ, ସଂଗୀତା ସୋମାଲିନ, ବଳରାମ ଦଳେଇ, ସିନୟ ବେହେରା, ଦୀପ୍ତି ପାଇକରାୟ,ବିଜୟଲକ୍ଷ୍ମୀ ବନିଆ, ଶୁଭ୍ରଜିତା ମିଶ୍ର, ସୁଭଦ୍ରା ସ୍ୱାଇଁ, ଜାହ୍ନବୀ ମହାନ୍ତି ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ଓଡ଼ିଆ ଭାଷାର ଇତିହାସ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ପରିଶେଷରେ ଅଧ୍ୟାପିକା ଡ. ତପସ୍ୱିନୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥିମାନେ “ଶ୍ରୀଜଗନ୍ନାଥ ପୁସ୍ତକ ଓ ଫଟୋ ପ୍ରର୍ଦଶନୀ”ର ଉଦଘାଟନ କରିଥିଲେ ।

No Result
View All Result