No Result
View All Result
୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କୁମାଣ୍ଡଳ ପାଟଣା ଗ୍ରାମ ପଞ୍ଚାୟତର ହରିକୁଣ୍ଡ ବରଡ଼ି ଗ୍ରାମରେ ତା ୧୯/୦୧/୨୦୨୪ ରିଖ ଠାରୁ ତା୨୨/୦୧/୨୦୨୪ ରିଖ ପର୍ୟ୍ୟନ୍ତ ଶ୍ରୀ ଶ୍ରୀ ଚିରଚିନ୍ମୟ ସୁନ୍ଦର ରାଜୀବ ଲୋଚନ ରଘୁନାଥ ଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଧାର୍ମିକ ଭାବନା ନେଇ ପୂର୍ଣ୍ଣ ପ୍ରାଣରେ ସାତ୍ତ୍ୱିକ ପରିବେଶ ମଧ୍ୟରେ ଆଗେଇ ଚାଲିଛି। ଶୁକ୍ରବାର ଦିନ ଅଙ୍କୁରାରୋପଣ ପରେ ଶନିବାର ଦିନ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ମାନେ ପୁରୁଷ ଓ ମହିଳା ସମୂହ କଳସ ଯାତ୍ରା କରିଥିଲେ ଏବଂ ଦେବତା ନିମନ୍ତ୍ରଣ ଓ ଗର୍ଭଧାନ,ମନ୍ଦିର ଗର୍ଭଧାନ, ସାଲାପୂଜା,ଅଗ୍ନି ସଂସ୍କାର ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି।
ଗ୍ରାମରେ ଏକ ଭକ୍ତି ଭାବପୂର୍ଣ୍ଣ ପରିବେଷରେ ହରିବୋଲ ଓ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ଉଛୁଳି ପଡୁଛି। ଆଜି ଠାରୁ ଆସନ୍ତା ୨୨ ଜାନୁୟାରୀ ୨୦୨୪ ସୋମବାର ପର୍ଯ୍ୟନ୍ତ ହରିକୁଣ୍ଡ ବରଡ଼ି ଗ୍ରାମରେ ଗ୍ରାମବାସୀମାନଙ୍କ ଦ୍ଵାରା ତିନି ଦିନ ଧରି ହୋମଯଜ୍ଞ କରାଯାଇ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏହି ଅବସରରେ ସମସ୍ତ ରାମ ଭକ୍ତଙ୍କୁ ଅନୁରୋଧ ଆପଣ ମାନେ ଉପସ୍ଥିତ ରହିବା ସହିତ ପ୍ରଭୁଙ୍କର କୃପା ଲାଭ କରିବେ।

No Result
View All Result