No Result
View All Result
ଦିନରେ କଣ ଦେଖାଉଛନ୍ତି କି ତାରା ..?
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ପାଣି ପାଇଁ କଲେ ଗୁହାରି , ପାଣି ର ସମସ୍ୟାର ସମାଧାନ କରିବ କିଏ ? ହଁ ଆଜ୍ଞା ଲୋକ ଙ୍କ ପାଖରେ ବସୁଧା ଯୋଜନା ତ ସାତ ସପନ , ଯଦି ଶୀତ ଋତୁ ରେ ପାଣି ଅଭାବ ତେବେ ଭଲ ରେ ଜିନ୍ତା କରନ୍ତୁ କି ଗ୍ରୀଷ୍ମ କାଳରେ କେତେ ଯେ ସମସ୍ୟା ହେଉନଥିବେ ତାହା ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା କଥା, ଲୋକେ ସୁବିଧା ରେ କିପରି ପାଣି ର ସମସ୍ୟା କୁ ଦୂର କରିବା ପାଇଁ, ସରକାର ଅନେକ ଯୋଜନା ରୁ ବସୁଧା ଯୋଜନା କରିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତ ଅନ୍ତର୍ଗତ ଏନ୍. ରୁଗେଇସିଂ ଗ୍ରାମ ବାସି ପାଖରେ ବସୁଧା ଯୋଜନା ମାରିଲା ଫେଲ । ଦେଶ ସ୍ବାଧୀନ ପୂର୍ବ ରୁ ଗାଁ ରେ ରହି ଆସୁଛନ୍ତି ପାଖ ପାଖି 30 ପରିବାର ର 200 ଲୋକ ହେଲେ ଆଜି ପର୍ଯ୍ୟନ୍ତ ପାଣି ର ସମସ୍ୟା ଦୁର ହୋଇପାରିଲା ନାହିଁ।

ଗାଁ ରେ ଦୁଇଟି ନଳକୂପ ଅଛି, କିନ୍ତୁ କଲର ଅଛି ଚିକିଚିକିଆ,ହେଲେ ସେ ନଳକୂପ ରୁ ବାହାରୁଛି ହଳଦିଆ ରଙ୍ଗ ର ବିଶୁଦ୍ଧ ପାଣି। ସକାଳୁ ପାହିଲେ ପାଣି ପାଇଁ ଯିବାକୁ ପଡୁଛି ଗାଁ ରୁ ଦେଢ଼ କିଲୋମିଟର ନଦୀ କୁ ଆଉ ସେହି ନଦି ର ପାଣି ବ୍ୟବହାର କରି ଅନେକ ରୋଗ ରେ ଆକ୍ରାନ୍ତ ହୁଅନ୍ତି ଗ୍ରାମ ବାସି। ବର୍ତ୍ତମାନ ପାଣି ପାଇଁ ଗାଁ ର ମୁଖ୍ୟ ସମସ୍ୟା ହୋଇପଡିଛି।ତେବେ ପାଣି ପାଇଁ ଡହଳ ବିକଳ ରେ ଜିବନ କାଟୁଛନ୍ତି ଗ୍ରାମ ବାସି।

ପାଣି ର ସମସ୍ୟା କୁ ନେଇ ନେତା ଠାରୁ ଅଫିସର୍ ପାଖରେ ଗୁହାରି କରି କରି ଥକି ଗଲେଣି ହେଲେ କିଛି ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମ ବାସି। ଭୋଟ ବେଳେ ମାଳ ମାଳ ନେତା ଆସୁଛନ୍ତି ଭୋଟ ମାଗିବା ପାଇଁ ଏବଂ ଭୋଟ ସରିଲେ ସବୁ ନେତା ମନ୍ତ୍ରୀ ମାନେ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ହେଲେ ଭୋଟ ସରିବା ପରେ ଆଉ କାହାର ଦେଖା ମିଳୁ ନ ଥିବା କହିଛନ୍ତି ଗ୍ରାମ ବାସି।

ହେଲେ ଆଗକୁ ଅଛି ନିର୍ବାଚନ, ତେବେ ନିର୍ବାଚନ ପୂର୍ବରୁ ଯଦି ପାଣି ର ସମସ୍ୟା ସରକାର ସମାଧାନ ନ କରନ୍ତି ତେବେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମ ବାସି ଚେତାବନି ଦେଇଛନ୍ତି।
ତେବେ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କେବେ ଗାଁ ରେ ପହଞ୍ଚୁଛି ଆଉ କେବେ ଗ୍ରାମ ବାସି ପାଣି ର ସୁବିଧା ପାଇପାରୁଛନ୍ତି ତାକୁ ହିଁ ଦେଖିବାର ବାକି ରହିଲା l

No Result
View All Result