No Result
View All Result
୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବ୍ରହ୍ମପୁର ଜଳସେଚନ ବିଭାଜନ ଆନୁକୂଲ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହିଞ୍ଜିଳିକାଟୁ ପକ୍ଷରୁ ବୁଧବାର ପୂର୍ବାହ୍ନରେ ପାଣିପଞ୍ଚାୟତ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂଜଗନ୍ନାଥ ଦାଶ ପାଣି ପଞ୍ଚାୟତ ସୁସଜ୍ଜିତ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। ଏହି ରଥ ହିଞ୍ଜିଳିକାଟୁ ଉପ ବିଭାଗ ଅଧିନରେ ଥିବା ସମସ୍ତ ଜଳସେଚିତ ଗ୍ରାମରେ ପରିଭ୍ରମଣ କରି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ଚାଷୀ ଭାଇ ଓ ଭଉଣୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବ। କୃଷି କ୍ଷେତ୍ରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଓ ଜଳ ପରିଚାଳନାରେ ମହିଳାଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ଚାଷୀ ମାନଙ୍କ ପରିବାରର ମହିଳା ସଦସ୍ୟଙ୍କୁ ସାମିଲ କରିଛନ୍ତି।
ଏଥି ସହିତ ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ, ଜଳ ସଂରକ୍ଷଣ, ଜଳର ପୁନର୍ବ୍ୟବହାର,ଜଳର ସୁବ୍ୟବହାର ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ଜଳ ପରିଚାଳନା କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ଗୁରୁତ୍ଵ ଏଵଂ ଜଳ ଆବଣ୍ଟନ କ୍ଷେତ୍ରରେ ସୃଷ୍ଟି ହେଉଥିବା ମତାନ୍ତର ଆପୋଷ ସମାଧାନ ସୁନିଶ୍ଚିତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି। ସଫଳ କୃଷି,ସଶକ୍ତ କୃଷକ ଗଠନ ଆଭିମୁଖ୍ୟ ନେଇ ପାଣି ପଞ୍ଚାୟତ ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିବ ବୋଲି ଜଳସେଚନ ଉପବିଭାଗ ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସରୋଜ କୁମାର ପଣ୍ଡା, ଦିଲ୍ଲୀପ କୁମାର ସାମନ୍ତରା, ଭାସ୍କର ଗୌଡ଼, କବି ଗୌଡ଼, ଅଶ୍ଵିନୀ କୁମାର ମହାଙ୍କୁଡ ଓ ଦୁର୍ଗା ସାହୁଙ୍କ ସମେତ ବହୁ ପାଣି ପଞ୍ଚାୟତର ବହୁ ମହିଳା ଚାଷୀ ଉପସ୍ଥିତ ଥିଲେ।

No Result
View All Result