୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ବିଜେଡି ଏବଂ ଡାହାଳିଆବାଗ ଉନ୍ନୟନ ପରିଷଦ ପକ୍ଷରୁ ପରଲୋକ ଗତ ଦୁଇ ବ୍ୟକ୍ତିତ୍ୱ ପ୍ରତାପନଗରୀ ଗ୍ରାମର ସଦାନନ୍ଦ ଜେନା ଏବଂ ନୂଆଗଡ଼ ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଡାହାଳିଆବାଗ ଗ୍ରାମର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ , ୱ।ର୍ଡ଼ ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ ସଭାରେ ମନୋରଞ୍ଜନ ମହାପାତ୍ର , ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ଆଡ଼ଭୋକେଟ ନଳୀନ ସେନାପତି, କଟକ ନଗର ବିଜେଡି ସଂପାଦିକା ଶିବାନୀ ଜେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ସାମ୍ବାଦିକ ପ୍ରଣବ କୁମାର ବିଶ୍ୱାଳ, ସଦାନନ୍ଦ ମହାନ୍ତି, କଟକ ନଗର ବିଜେଡ଼ି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପ୍ରହଲ୍ଲାଦ କର, ରବିନ୍ଦ୍ର ଖିଲାର, ତପନ ଦାସ , ୫୯ ନମ୍ବର ୱ।ର୍ଡ଼ର ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ, ଦିନକୃଷ୍ଣ ମହାନ୍ତି, ମୁଖ ପରଲୋକ ଗତ ଦୁଇ ଜଣଙ୍କ କାର୍ଯ୍ୟକଳାପ ସଂପର୍କରେ ସ୍ମୃତି ଚାରଣ କରିବା
ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସଦାନ ଜେନାଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଡାହାଳିଆବାଗ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ସମେତ ଆଖପାଖ ଗ୍ରାମର ବହୁ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।













