No Result
View All Result
୧୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ତାନ୍ଦପୁର -> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ 23 ଟିକିଆ ହାତୀ ପଲଙ୍କ ଆତଙ୍କ । ହାତୀ ପଲଙ୍କ ଆତଙ୍କ ରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଗତ କିଛି ଦିନ ଧରି ପଟିଆ ଜଙ୍ଗଲ ଛାଡି ଖାଦ୍ୟ ଲୋଭରେ ୨୩ଟି କିଆ ହାତୀ ପଲ ଭୂଷଣ୍ଡ ପୁର ଜଙ୍ଗଲରେ ରହି ଆସୁଥିଲେ । ଫଳରେ ସେହି ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇ ଆସୁଥିଲା ।
ଫଳରେ ସେଠାରେ ଲୋକେ ଧାନ କଟା କାମ ସାରି ଦେଇଥିବାରୁ ହାତୀ ପଲ ଗତ କାଲି ରାତିରେ ଗୋଳବାଇ ଗାଁ ମୁହାଁ ହୋଇ ବ୍ୟାପକ ଅଞ୍ଚଳ ରେ ଆତଙ୍କ ମଚାଇ ଥିଲେ. ତେବେ ହାତୀ ପଲ ଯିବା ରାସ୍ତାରେ ବିଲ ବାଡ଼ିରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣା ପଡିଛି ।
କିନ୍ତୁ ହାତୀ ପଲ କୁ ବଣ ବିଭାଗ ଜଙ୍ଗଳକୁ ଘଉଡ଼ାଇବାରେ ସକ୍ଷମ ହୋଇ ପାରିନାହିଁ । ହାତୀ ପଲ ପୁନର୍ବାର ଭୂଷଣ୍ଡ ପୁର ଜଙ୍ଗଳକୁ ଫେରି ଯାଇଛନ୍ତି । ୨୩ ଟିକିଆ ହାତୀ ପଲରେ ୭ଟି ମାଇ ହାତୀ 8 ଟି ଦନ୍ତା ହାତୀ ସହ 8 ଟି ଛୁଆ ହାତୀ ଥିବା ଜଣା ପଡିଛି । ତେଣୁ କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣନରେ ଦାବି ହେଉଛି ।

No Result
View All Result