No Result
View All Result
୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :- ରୀତିଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା, ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ନୟାଗଡ଼ ମାଟିର ଗୌରବ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କର ୨0୫ ତମ ଶ୍ରାଦ୍ଧ ବାର୍ଷିକୀ ପବିତ୍ର ବକୁଳ ଅମାବାସ୍ୟାରେ ଶରଣକୁଳ ଭିକାରୀପଡାସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲରେ ଗୁରୁବାର ପାଳିତ ହୋଇ ଯାଇଛି l

ଏହି ଅବସରରେ ସ୍କୁଲ ମଧ୍ୟ୍ୟରେ ଥିବା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ସହିତ ଦୀପ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଏହି ଅବସରେ ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଶିଶୁ ସଭାରେ ବେଦଜ୍ଞ ପଣ୍ଡିତ କିଶୋର ଚନ୍ଦ୍ର କର,

ସ୍କୁଲ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ରବୀନ୍ଦ୍ର କୁମାର ତ୍ରିପାଠୀ, ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ କୃତି, ରଚିତ ବିଭିନ୍ନ ଗ୍ରନ୍ଥ ଓ କାବ୍ୟ କବିତା ଉପରେ ଆଲୋଚନା କରିଥିଲେ l

No Result
View All Result