୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଶାଖା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧ୍ୟୟନ ଓ ତାଲିମ ଶିବିର ୨୦୨୩-୨୪ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳା ତା୧୧/୦୧/୨୦୨୪ ରୁ ୧୩/୦୧/୨୦୨୪ ଯାଏଁ ଅନୁଷ୍ଠିତ ହେବ l ସମଗ୍ର ଖୋର୍ଦ୍ଧା ଜିଲ୍ଲାର ୩୦୦ ରୁ ଉର୍ଦ୍ଧ୍ୱ ଜୁନିଅର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି l ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ସୁକାନ୍ତି ପାଇକରାୟ ଯୋଗ ଦେଇ ଉଦଘାଟନ କରିଥିଲେ l

ସମ୍ମାନିତ ଅତିଥି ଭାବେ ଏ ଅଞ୍ଚଳର କାଉନସେଲର ଅନିତା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ରାଜ୍ୟ ଜୁନିଅର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ଜାତୀୟ ସମ୍ବଳ ଶିକ୍ଷକ ଡ଼ଃ ସତ୍ୟନାରାୟଣ ହୋତା ଯୋଗ ଦେଇଥିଲେ l ଜିଲ୍ଲା ରେଡ଼କ୍ରସ ଉପସଭାପତି ଡ଼ଃ ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିଲେ l ଜିଲ୍ଲା ରେଡ଼କ୍ରସ ସମ୍ପାଦକ ଭାସ୍କର ଚନ୍ଦ୍ର ଲେଙ୍କା, ଯୁଗ୍ମ ସମ୍ପାଦକ ମୁରଲୀଧର ପରିଡା ମଞ୍ଚପରିଚାଳନା,

ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ଅତିଥି ପରିଚୟ ଓ ସାଙ୍ଗଠନିକ ସମ୍ପାଦକ ତଥା ବାଲୁଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱାଧୀନl ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ନୂତନ ଭାବେ ”ସେବକଶ୍ରୀ ସମ୍ମାନ” ରେ ଲକ୍ଷ୍ମଣ ସ୍ୱାଇଁ, ସ୍ନିଗ୍ଧା ମିଶ୍ର, ସୁକାନ୍ତି ପାଇକରାୟ ଓ ଅନିତା ସ୍ୱାଇଁ ଭୁଷିତ ହେବା ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ବାଣପୁର ବିଇଓ ସନାତନ ଜାଲି, ଜିଲ୍ଲା ରେଡ଼କ୍ରସ ବିଭାଗର ପରାମର୍ଶଦାତା ସନ୍ତୋଷ କୁମାର କର, ସୁଧାକର ମହାପାତ୍ର, ଅମ୍ବିକା ପ୍ରସାଦ ପଟ୍ଟନାୟକ, ସୁରେନ୍ଦ୍ରନାଥ ସାହୁ,

ଚିଲିକା ଏବିଇଓ ନୀଳାଦ୍ରି ଭୂଷଣ ଦାଶ, ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଝରଣା ଓଝା, ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ବେହେରା,ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଆଙ୍କୁଲାଚଟିର ପ୍ରଧାନଶିକ୍ଷକ ବିଜୟ ପାତ୍ର, ସରକାରୀ ଉଚ୍ଚ ବିଦ୍ୟାଳୟର ଗୋପୀନାଥ ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଯୋଗଦେଇଥିବା ସମସ୍ତ କାଉନସେଲର, ସି ଆର୍ ସିସି, ବିଭିନ୍ନ ସମାଜସେଵୀ ତଥା ଅଞ୍ଚଳର ବିଭିନ୍ନ ପ୍ରମୁଖ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ l














