୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ଅର୍ପଣ ସଂଗ୍ରହ ଉଦ୍ଦେଶ୍ୟରେ ଅର୍ପଣ ରଥ ୮,୯ ଓ୧୦ ୱାର୍ଡରେ ପରିକ୍ରମା କରାଯାଇଛି ।

ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ରେ ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପନଗରପାଳ ଶ୍ରୀ ଭଗବାନ ପ୍ରଧାନ, ଯୁବ ନେତା ଶ୍ରୀ ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରାଣନାଥ ସେଠ,ଖୋର୍ଦ୍ଧା ଜିଲ୍ଲା ମହିଳା ସହ ସମ୍ପାଦକ ଶ୍ରୀମତି ବନିତା ପ୍ରଧାନ,

ସମସ୍ତ କାଉନସିଲର ଶ୍ରୀମତି ମମତା ପଣ୍ଡା, ଶ୍ରୀମତୀ ଅନିତା ସ୍ୱାଇଁ, ଶ୍ରୀମତୀ ସୁଜାତା ପଣ୍ଡା, ଶ୍ରୀ ଅଭିମନ୍ୟୁ ସ୍ୱାଇଁ,ଛାତ୍ର ବିଜେଡି ସଭାପତି ଶ୍ରୀ ଶଶିକାନ୍ତ ପାଇକରାୟ, ସମସ୍ତ ଏସଏଚଜି ଗ୍ରୁପ ର ମହିଳା, ମିଶନଶକ୍ତି ର ନାରୀନେତ୍ରୀ, ଜଳସାଥୀ,

ସ୍ୱଚ୍ଛ ସାଥି ଯୁବ, ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅର୍ପଣ ରଥ ଜେନା କଲୋନୀ, ରାମପୁର, କେ. କେ. ନୂଆଗାଁ, ଉମାମହେଶ୍ଵରଃ ରୋଡ ଗ୍ରାମ ରୁ ଗୁଆ ଚାଉଳ ଗ୍ରହଣ କରିବା ସହ ହୁଳହୁଳି ଜୟ ଜଗନ୍ନାଥ ନାମ ରେ ଗ୍ରାମ ଦାଣ୍ଡ ଭକ୍ତି ଭାବ ରେ ପରିପୂର୍ଣ ହେଇଯାଇଥିଲା ।














