No Result
View All Result
୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀଶା :-> ସମଗ୍ର ଭାରତ ବର୍ଷରେ ନୂତନ ପେନସନ୍ ରଦ୍ଧ କରିବା ସହ ପୁରୁଣା ପେନସନ୍ ଲାଗୁ କରିବା ପାଇଁ ଆନ୍ଦୋଳନ ଜୋରଦାର୍ ହେବାରେ ଲାଗିଛି l ଦେଶର ପ୍ରାୟତଃ ସବୁ ସରକାରି କର୍ମଚାରୀ ସଂଗଠନ ଏହାର ତୀବ୍ର ବିରରାଧ କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡରେସନର ବାର୍ଷିକ ସାଧାରଣ ଅଧିବେଶନ ସଭାରେ ସର୍ବସମ୍ମତି କ୍ରମେ ଦେଶର ସମସ୍ତ ରେଳ କର୍ମଚାରୀ ମାନେ ସମସ୍ତ ରେଳ ଷ୍ଟେସନ,ରେଳ ମରାମତି କାରଖାନା ଏବଂ ପ୍ରଶାସକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ଷୁଧା ଅନଶନ କରାଯିବାର ନିଷ୍ପତି ନିଆଯାଇଥିଲା ।

ଏହି ନିଷ୍ପତିକୁ ସମ୍ମାନ ଜଣାଇ ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନର ସାଧାରଣ ସମ୍ପାଦକ, ନାସନାଲ ଜଏଣ୍ଟ କାଉନସିଲ ଆକ୍ସନର ମୁଖ୍ୟ ଆବାହକ ଶିବ ଗୋପାଳ ମିଶ୍ର ଏବଂ ପୂର୍ବତଟ ରେଳବାଇ ଶ୍ରମିକ ସଂଘର ସାଧରଣ ସଂପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ଆହ୍ୱାନ କ୍ରମେ କ୍ଷୁଧା ଅନଶନ କରାଯାଇଥିଲା l ଏଥିସହ ଏନ୍ ପି ଏସ୍ ହଟାଓ ଓ ପି ଏସ୍ ଲଗାଓର ନାରା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ,ସଚ୍ଚିଦାନଦ ରାଉତ,ଏନ ମୁରଲୀ କ୍ରିଷ୍ଣା, ଆଞ୍ଚଳିକ ବିତ୍ତ ସମ୍ପାଦକ ଏମଡ଼ି ଜାକିର ଉଦ୍ଦିନଙ୍କ ସମେତ ବହୁ ଶ୍ରମିକ ୟୁନିଅନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
No Result
View All Result