No Result
View All Result

10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବୁଧବାର ଠାରୁ ଗାଁ ଠାରୁ ସହର ସବୁଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପାରମ୍ପରିକ ବାଦ୍ୟ ଖୋଳ, ଘଣ୍ଟ, ସାଙ୍ଗକୁ ନୃତ୍ୟ ଶୋଭାଯାତ୍ରାରେ ଜୟ ଜଗନ୍ନାଥ ଅର୍ପଣ ରଥ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛି । ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ ।

ଏନେଇ ସାରା ରାଜ୍ୟରେ ବିଭିନ୍ନ ପଞ୍ଚାୟତର ଘରକୁ ଘର ବୁଲିବ ଅର୍ପଣ ରଥ । ଏହି ରଥ ପରିକ୍ରମା କାର୍ଯ୍ୟ ଆଜି ଆମଣ ପଞ୍ଚାୟତ , ଉରାଳୀ ପଞ୍ଚାୟତ, ୪୨ ମୌଜାର ବେଣ୍ଟକାର, କଳପଡା ଦଧିବାମନପୁର ଏବଂ ସିଏମସିର ୫୦ ନମ୍ବର ୱାର୍ଡରେ ପରିକ୍ରମା କରିଥିଲା । ଆମଣ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା ଯାତ୍ରାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା,

ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ୪ -ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶା ଲତା ବେହେରା, ଆମଣ ପଞ୍ଚାୟତ ସରପଞ୍ଚ ମାନସୀ ପୃଷ୍ଟି, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି , ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ , ଆମଣ ପଞ୍ଚାୟତ ବିଜେଡି ସଭାପତି ବିପ୍ରଚରଣ ଭୋଳ, ପୂର୍ବତନ ସମିତି ସଭ୍ୟ। ସୁଭାସିନୀ ସେଠୀ,

ପର୍ଶୁରାମ ସେନାପତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ ଚନ୍ଦ୍ର ଦଳାଇ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାହୁ , ବଳରାମ ପୃଷ୍ଟି ଯୋଗଦେଇ ଅର୍ପଣ ରଥକୁ ସ୍ୱାଗତ କରିବା ସହିତ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଦେଇ, ଘରକୁ ଘର ବୁଲି ଅରୁଆ ଚାଉଳ ଗୁଆ ସଂଗ୍ରହ କରିଥିଲେ । ସେହି ପରି ଉରଳୀ ପଞ୍ଚାୟତରେ ସରପଞ୍ଚ ଅଭିଶେକ ବେହେରା, ସମିତି ସଭ୍ୟ ସୁକଦେବ ମଲ୍ଲିକ,

ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ମହେନ୍ଦ୍ର ବେହେରା, ପ୍ରମୁଖ ଜଗନ୍ନାଥଙ୍କ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଘରକୁ ଘର ବୁଲାଇ ଆରୁଆ ଚାଉଳ, ଗୁଆ ଆଦାୟ କରିଥିଲେ । ଅର୍ପଣ ରଥ ଗଲାବେଳେ ଗ୍ରାମ ଦାଣ୍ଡ ଜୟ ଜଗନ୍ନାଥ ଉଚାରଣ ସହିତ ହରିବୋଲ ହୁଳହୁଳିରେ କମ୍ପି ଉଠୁଥିଲା । ଏହି ପରିକ୍ରମା ଯାତ୍ରା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଥିଲା ।


No Result
View All Result