No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ନିଳକଂଠେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଇଫକୋ ସାର ପକ୍ଷରୁ ଏକ କ୍ରୁଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଅଛି। ପୁରୀ ଜିଲ୍ଲା ବିଜିପୁର ସ୍ଥିତ ଇଫକୋ ସାର ଡିଲର ପ୍ରସନ୍ନ କୁମାର ଜେନାଙ୍କ ସଂଯୋଜନା ରେ ନିରାକାରପୁର ଆଂଚଳିକ ଚାଷୀଗଣଙ୍କୁ ଇଫକୋ ସାର ଉପାଦାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।ଚାଷୀ କୈଳାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଇଫକୋ ସାର କ୍ଷତ୍ରୀୟ ଅଧିକାରୀ ସୌମ୍ୟ ରଂଜନ ହାତୀ କ୍ରୁଷକ ମାନଙ୍କୁ ଇଫକୋ ସାର ର ନାନୋ ୟୁରିଆ,

ନାନୋ ଡିଏପି, ନାନୋ ପଟାସ, ନାନୋ ସାଗରିକା ବିଭିନ୍ନ ଗୁଣ ମାନ ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନିରାକାରପୁର ଆଂଚଳିକ ଚାଷୀ କମିଟି ସଭାପତି ବିପିନ୍ ଜୟସିଂହ, ସଂପାଦକ ଧନଞ୍ଜୟ ପାଟ୍ଟଶାଣୀ,ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଚାଷୀ ବିଜୟ ଜୟସିଂହ, ବଳରାମ ରାଉତରାୟ,ଡମ୍ବରୁଧର ପରିଡା,ରବି ମାଝି, ଭାସ୍କର ପ୍ରଧାନ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ଚାଷୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଧନ୍ୟଵାଦ ଦେଇଥିଲେ ବରିଷ୍ଠ ନେତା ତଥା ଚାଷୀ ବିପିନ ଜୟସିଂହ।


No Result
View All Result