No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ା ବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପ୍ରତ୍ୟେକ ପଞ୍ଚାୟତ ସ୍ତରକୁ ଅନୁଦାନ ରାଶି ଯୋଗାଇ ଦେଇଛନ୍ତି । ନୂଆଗାଁ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି।ନୂଆଗାଁ ବ୍ଲକ ହାଇସ୍କୁଲ ପଡିଆ ମଧ୍ୟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ଥିବା ଯୁବ ପ୍ରତିଭା ମାନଙ୍କୁ ସାଉଣ୍ଟିବା ପାଇଁ ଏହି ପ୍ରୟାସ ଜାରି କରିଛନ୍ତି । ଛାତ୍ର ଓ ଯୁବକ ମାନେ ସୁସ୍ଥ ଜୀବନ କାଟିବା ପାଇଁ କ୍ରୀଡା ହିଁ ଏକମାତ୍ର ମାଧ୍ୟମ । ଫୁଟ୍ବଲ , ହକି, ଭଲିବଲ, ଖୋଖୋ, କବାଡି ଓ କ୍ରିକେଟ ପରି ବିଭିନ୍ନ କ୍ରୀଡ଼ା ସାତ ଦିନ ଧରି ଅନୁଷ୍ଠିତ ହୋଇଥିଲା।ଆଜିର ଅନ୍ତିମଦିବସରେ କ୍ରିକେଟ ପ୍ରତିଯୋଗୀତା ନୂଆଗାଁ ସହିତ ମହୀପୁର ମଧ୍ୟରେ ହୋଇଥିଲା। ନୂଆଗାଁ ପ୍ରଥମେ ବ୍ୟାଟିଂ କରି ଦଶ ଓଭରରେ ସାତ ଉକେଟ ହରାଇ ୬୨ରନ ସଂଗ୍ରହ କରିଥିଲା।

ଏହାର ଜବାବରେ ମହୀପୁର ଦଳ 9ଓଭର ମଧ୍ୟରେ ସମସ୍ତ ଉଇକେଟ ପତନ ହୋଇ ୪୫ ରନ କରିବାରେ ସମର୍ଥ ହୋଇଥିଲେ। ନୂଆଗାଁ ବିଜୟ ଲାଭ କରିଥିଲା।ଠିକ ସେହିପରି ନୂଆଗାଁ ଏବଂ ମହୀପୁର ମଧ୍ୟରେ ଫୁଟବଲ ପ୍ରତିଯୋଗିତା ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କେହିକାହାକୁ ଗୋଲନଦେଇ ପ୍ରତିଯୋଗୀତା ଟାଇ ହୋଇଥିଲା। ତତ୍ପରେ ପେଣ୍ଡାଲଡିଂ ପେତିଯୋଗିତାରେ ନୂଆଗାଁ ବିଜୟ ଲାଭ କରିଥିଲା। କ୍ରୀଡା ଶେଷରେ ଏକ ସଭା ର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ବିଜୟୀ ଦଳକୁ ପ୍ରାଇଜ ସହିତ ଉପହାର ରାଶି ପ୍ରଦାନ କରିଥିଲେ।

ନୂଆଗାଁ ଦଳ କ୍ରିକେଟ, ଫୁଟବଲ, ଭଲିବଲ ପ୍ରତିଯୋଗିତାରେ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା। ତତ ସହିତ ଖୋଖୋରେ ମାଇଛେଳି ପଞ୍ଚାୟତ ଟିମ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ,୧୭ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ସମସ୍ତ ଜନପ୍ରତିନିଧି, ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ, ରଘୁନାଥ ସାହୁଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

No Result
View All Result