No Result
View All Result
୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ହିଞ୍ଜିଳିକାଟୁ ତରଫରୁ ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଶନିବାର କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟକର୍ମୀ ଉମା ପାଣିଗ୍ରାହୀ,ପରିଦର୍ଶକା ଶାରଦା ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା, କିଶୋରୀ ବାଳିକା ଓ ଶିଶୁ ମାନଙ୍କ ଉତ୍ତମ ପୋଷଣ ଓ ସୁସ୍ଥ ଜୀବନର ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୫-୧୯ବର୍ଷ ବୟସର ସମସ୍ତ କିଶୋରୀ ବାଳିକା ମାନଙ୍କ ଉପଯୁକ୍ତ ପୁଷ୍ଟି ସହାୟତା ଓ ସ୍ୱାସ୍ଥ୍ୟ ଅଭିବୃଦ୍ଧି ନିମନ୍ତେ ଲକ୍ଷ୍ୟ ରହିଛି। କିଶୋରୀ ମାନଙ୍କ ପୋଷଣ ଅଭିବୃଦ୍ଧି ନିମନ୍ତେ ଅଣ୍ଡା,
ଲଡୁ ଓ ପୁଷ୍ଟିକର ଖାଦ୍ୟ ନିର୍ଦ୍ଧିଷ୍ଟ ଦିବସରେ ପ୍ରଦାନ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ସୂଚନା ଦେଇଥିଲେ। ପରେ ଉପସ୍ଥିତ କିଶୋରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଝୋଟି,ତର୍କ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ କୃତୀ କିଶୋରଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଓ ଆଶା କର୍ମୀ, ସହାୟିକା ଓ କିଶୋରୀ ଉପସ୍ଥିତ ଥିଲେ।

No Result
View All Result