No Result
View All Result

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମପଞ୍ଚାୟତ ସ୍ଥିତ ମହେନ୍ଦ୍ର ତନୟା ଉଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଦେଢମାସ ଧରି ଚାଲିଥିବା ବିଭିନ୍ନ କ୍ରୀଡା ପ୍ରଯୋଗିତା, ସଫେଇ, ସଡକ ସୁରକ୍ଷା, ସଚେତନତା ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ସରିଛି ।

ନୋଡାଲ ଅଫିସ ଅଧ୍ୟାପକ ନିଳାଞ୍ଚ ପାଣିଗ୍ରାହୀ ସଭାପତିତ୍ବରେ ଶୁକ୍ରବାର ଆୟୋଜନ ଉଦ୍ଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନିତ ଅତିଥୀ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ ସରପଞ୍ଚ, ସମିତିସଭ୍ୟ/ସଭ୍ୟା , ଏସବିଆଇ ବ୍ୟାଙ୍କ ମେନେଜର ଓ ଉଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଅବସସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯିବା ସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପିଟି ଅଧ୍ୟାପିକା ସୁମନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିବା ବେଳେ ବିଦ୍ୟାଳୟ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।


No Result
View All Result