ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମାସକ ପରେ ଆରମ୍ଭ ହେବ ପାର୍ବଣ ଋତୁ । ମାସକ ପରେ ଆରମ୍ଭ ହେବ ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ କରି ପରେ ପରେ ବିଶ୍ୱକର୍ମା, ଦୁର୍ଗା, କାଳୀ ଓ ମା’ ଲକ୍ଷ୍ମୀଙ୍କ ପୁଜାତ୍ସୋବ ପାଳନ ହେବ । ଗଣେଷ ପୂଜା ଆଉ ମାତ୍ର ମାସେ ସମୟ ବାକି ରହିଥିବାଳ ବେଳେ ଏଯାବତ୍ ମୂର୍ତୀ ତିଆରି କାର୍ଯ୍ୟ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି । ମୂର୍ତୀ ତିଆରାି ପାଇଁ ବର୍ତମାନ ସୁଦ୍ଧା ବରାଦ ମିଳିନଥିବାରୁ ମୂର୍ତୀ କାରିଗର ମାନେ ହାତବାନ୍ଧି ବସିଛନ୍ତି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ଏହାକୁ ପ୍ରତିହିତ କରିବା ସକାଶେ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯାଇଛି । ଏଭଳି ସ୍ଥିିତିରେ ଚଳିତ ବର୍ଷ ଗଣେଷ ପୁଜା ପାଳନ କରାଯିବ କି ନାହିଁ ଆଶଙ୍କା ଦେଖାଦେଇଛି ।
କରୋନା କଟକଣା ଯୋଗୁଁ ବହୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ପରମ୍ପରାରେ ମଧ୍ୟ ବାଟ ହୁଡ଼ିଛି । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଦଣ୍ଡନାଚ ଠାରୁ ଆରମ୍ଭ କରି ତରାତାରିଣୀ ଯାତ୍ରା, ଚୈତ୍ରପର୍ବ ପଣା ସଂକ୍ରାନ୍ତି, ନୃସିଂହ ଯାତ୍ରା, ଠାକୁରାଣୀ ଯାତ୍ରା, ରଜ ପର୍ବ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଭଳି ବିଭିନ୍ନ ପର୍ବପର୍ବାଣୀକୁ ବନ୍ଦ କରି ଦିଆଯାଇଛି । ଏଭଳି ସ୍ଥିତିରେ ଅଗଷ୍ଟ ମାସରେ ହେବାକୁ ଥିବା ଗଣେଷ ପୂଜା ପାଳନ କରାଯିବାକୁ ରହୌିଥିବା ବେଳେ ପ୍ରଶାସନ ପକ୍ଷରୁ ପରବର୍ତୀ କାର୍ଯ୍ୟପନ୍ଥା କଣ ରହିବ ତାହାକୁ ନେଇ ମୂର୍ତୀ କାରଗର ମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି । ଚଳିତ ବର୍ଷ ମୂର୍ତୀ କାୀରଗର ମାନେ ଗଣେଷଙ୍କ ମୂର୍ତୀ ତିଆରି କରିବେ କି ନାହିଁ ସେ ନେଇ ଦ୍ୱନ୍ଦରେ ରହିଛନ୍ତି । ଅଗ୍ରପୂଜ୍ୟ ଜଗାନନଙ୍କ ପୁଜାତ୍ସୋବ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ଯୁବ ସମାଜ ପକ୍ଷରୁ ବିଭିନ୍ନ ସାହି ବସ୍ତିରେ ଯାକ ଜମକରେ ପାଳନ କରାଯାଇଥାଏ ।
ମୂର୍ତୀ ତିଆରି କରିବା ସକାଶେ ଆବଶ୍ୟକ ମାଟି, ନଡ଼ା, ବାଲି, ସୁତୁଲି, ବାଉଁଶ, କାଠ, ରଙ୍ଗ ଭଳି ବିଭିନ୍ନ କଂଚାମାଲର ଆବଶ୍ୟକତା ରହିଥିବା ବେଳେ ଏଭଳି ସ୍ଥିତିରେ ସମସ୍ତ ସାମଗ୍ରୀ ପାଇବା କଷ୍ଟକର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବାରୁ ଯାନବାହାନ ଚଳାଚଳ ଓ ସମସ୍ତ ସମାଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନ ଗତ ମାସ ୨୮ ତାରିଖ ଠାରୁ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଗତ କିଛି ବର୍ଷ ଧରି ଛୋଟ ଛୋଟ ମୂର୍ତୀ ଠାରୁ ଆରମ୍ଭ କରି ପ୍ରାୟ ୧୫ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମୂର୍ତୀ ତିଆରି କରାଯାଉଥିଲେ ମଧ୍ୟ ଚଳିତ ବର୍ଷ ଗୋଟାଏ ବି ମୂର୍ତୀ ତିଆରି କରିବା ଲାଗି ବରାଦ ହୋଇନଥିବା ନେଇ ଅଂଚଳର ମୂର୍ତୀ କାରିଗର ସୁଦର୍ଶନ ସାହୁ କହିଛନ୍ତି । (ହିଞ୍ଜିଳିକାଟୁ, ଶେଷଦେବ ସାହୁ)














