No Result
View All Result
୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ସ୍ଥାନୀୟ କୁଞ୍ଜୁରୀ ପଞ୍ଚାୟତରେ ଦୀର୍ଘ ସପ୍ତାହଵ୍ୟାପୀ ଚାଲିଥିବା ମା’ ବନ ଦୁର୍ଗା ଡାୟୀନମିକ କ୍ଲବ ଆଡିପଡ଼ା କ୍ରିକେଟ ଟୁର୍ନାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଏହି ମ୍ୟାଚରେ ଟ୍ୱେମ୍ପୁଲ ସିଟି ୱାରିୟାର୍ସ ଓ ରୋଶନ ଚେଲେଞ୍ଜର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଟସ ଜିତି ଟ୍ୱେମ୍ପୁଲ ସିଟି ୱାରିୟାର୍ସ ଦଳ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ଓଭରରେ ୦୭ଉଇକେଟ ବିନିମୟ ରେ ୧୬୦ ରନ ସଂଗ୍ରହ କରିଥିଲା |

ଏହାର ଜବାବରେ ରୋଶନ ଚେଲେଞ୍ଜର ୧୨ଓଭର ଖେଳି ୬ଉଇକେଟ ବିନିମୟରେ ମାତ୍ର ୧୪୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ଥିଲେ | ଫଳରେ ଟ୍ୱେମ୍ପୁଲ ସିଟି ୱାରିୟାର୍ସ ଦଳ ଚଳିତ ବର୍ଷର ବିଜେତା ହୋଇଛି | ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଅଭିଭାଷଣ ଖେଳ ସୁନ୍ଦର ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା, ଏକାଗ୍ରତା ଏବଂ ଭାଇଚାରା ଭାବସୃଷ୍ଟି କରିବାସହ ଖେଳ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ |

ପରେ ଅନୁଷ୍ଠାନ ପକ୍ଷରୁ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫିସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ l ସଭାପତି ପ୍ରକାଶ ରାଉତ, ସେକ୍ରେଟେରି ସୁରୀୟ କାନ୍ତ ବିଶ୍ୱାଳ ଙ୍କ ତତ୍ୱରେ କାର୍ଯ୍ୟ ହୋଇଥିଲା l ଆଲୋକ ସାମନ୍ତସିଂହାର ଏବଂ ସୁମନ୍ତ ବିଶ୍ୱାଳ ଖେଳକୁ ପରିଚାଳନା କରିଥିଲ l ମ୍ୟାନ ଅଫ ଦି ମ୍ୟାଚ ଶୁଭମ ସାମନ୍ତସିଂହାର ମ୍ୟାନ ଅଫ ଦି ସିରିଜ ଚିନା ଅରିସଲ ଭାବେ ସମ୍ବୋର୍ଦ୍ଧିତ କରାଯାଇଥିଲା | ଟୁର୍ନାମେଣ୍ଟ ରେ ଉତ୍ତମ ପ୍ରଦର୍ଶନ କରିଥିବା ରାଜା ମହାପାତ୍ର ଏବଂ ମହେନ୍ଦ୍ର ଅରିସଲ ଙ୍କୁ ମଧ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା l

No Result
View All Result