୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :-> ବାଲୁଗାଁ ଘରୋଇ କୌସ୍ତୁଭ ହସ୍ପିଟାଲରେ ଜଣେ ପ୍ରସ୍ତୁତି ମହିଳାଙ୍କୁ ଚିକିତ୍ସା ଅବହେଳା କରିବାରୁ ଚିକିତ୍ସାଧୀନ ଥିବା ପ୍ରସ୍ତୁତି ମହିଳାଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି ।ଉକ୍ତ ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା ବେଳେ ବାଲୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ସୂଚନା ଅନୁଯାଇ ବାଲୁଗାଁ ନିକଟସ୍ଥ ଖାରିବନ୍ଧ ଗ୍ରାମର ମକଦମ ସ୍ବାଇଁଙ୍କ ବଡ଼ ଝିଅ ପାର୍ବତୀ ନିକଟସ୍ଥ ତେନ୍ତୁଳିଡିହ ଗ୍ରାମର କେଶବ ରାଉତଙ୍କ ପୁଅ ଦେବାଶିଷ ରାଉତଙ୍କ ସହିତ ଏକ ବର୍ଷ ତଳେ ବିବାହ ହୋଇଥିଲା ।















