୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (#ନୂଆ-ଓ )ର ସାମାଜିକ ଵିଭାଗରେ ଆଜି ଏକ ଆର୍ଥିକ ସାକ୍ଷରତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମ୍ପର୍କୀୟ ଏକ ଆଲୋଚନା ଚକ୍ର ରେ ଜୀଵନଵୀମା ନିଗମ,

ବାଲୁଗାଁ ଶାଖା ର ପ୍ରବନ୍ଧକ ପ୍ରିୟ ରଂଜନ ବେହେରା -ମୁଖ୍ୟଅତିଥି, କ୍ଷେତ୍ର କର୍ମଚାରୀ ଅମିତାଭ ପଟ୍ଟନାୟକ, ଅକ୍ଷୟ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କିଙ୍ଗ,ବୀମା, ସଞ୍ଚୟ ତଥା ଅନ୍ୟାନ୍ୟ ଆର୍ଥିକ ସୁରକ୍ଷା ଉପରେ ଉପାଦେୟ ଆଲୋଚନା ରଖିଥିଲେ।

ଅଧ୍ୟାପିକା ସୁଚିତ୍ରା ଦାଶ ଏହି ଆଲୋଚନା ଚକ୍ରକୁ ସଞ୍ଚାଳିତ କରିଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ମହିଳା ମାନଙ୍କ ର ସଞ୍ଚୟ ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ରଖିଥିଲେ।
















