No Result
View All Result
ସେଚ୍ଛାକୃତ ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ବିଜେଡି ପକ୍ଷରୁ ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ସହ ରକ୍ତଦାନ ଶିବିର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ତଥା ସରକାରୀ ଉପ ମୁଖ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ବିଜେଡି ମହିଳା ଓ ପୁରୁଷ କର୍ମୀ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।

୧୨୦ ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଅଛି । ପରେ ଏକ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଧାୟକ ଶ୍ରୀ ମେହେର ସମ୍ମାନିତ କରିଥିଲେ । ଏଥିରେ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବେଲପଡା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର, ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ନିରୁପମା ପଟେଲ ,

ବିଧାୟକ ପ୍ରତିନିଧି ହିମାଞ୍ଚଳ ପ୍ରଧାନ, କୁମୁଦ ମହାଖୁଡ, ରମେଶ ପ୍ରଧାନ , ପାଟଣାଗଡ଼ ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ବାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର, ମିଡ଼ିଆ ପ୍ରଭାରି ଅରବିନ୍ଦ କୁମ୍ଭାର ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ, ଏଏନସି ର ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ ୧୦ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉପସ୍ଥିତ ଥିଲେ ।


No Result
View All Result