୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୁଆଁପାଳ :->.କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ପଂଚାୟତସ୍ଥିତ ବାଲିପଡ଼ିଆ ଖେଳ ପଡିଆ ଠାରେ ବିଭିନ୍ନ ଜିଲ୍ଲାର ୩୨ ଗୋଟି ଆଞ୍ଚଳିକ ଦଳକୁ ନେଇ ବୁଧବାର ୨୭ତାରିଖରୁ ରଂଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମାହାଙ୍ଗା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ରେ ଓଡିଶା କ୍ରିକେଟ ଆସୋସିଏସନ ର ସଭାପତି ତଥା ବିଜେଡି ରାଜ୍ୟ ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ କୋଚ ଦିନେଶ ମୋଙ୍ଗିଆ ଙ୍କ ସହ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ନାମୀ ଦାମୀ ସିନେ ତାରକା ଓ ଗାୟିକା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ଉପଦେଷ୍ଟା ତଥା କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ସ୍ୱାଧୀନ ମହାନ୍ତି ଓ ଆୟୋଜନକାରୀ ତଥା ସାହାପୁର ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି, ଏହି ଟୁର୍ଣ୍ଣାମେଂଟରେ ବିଜେତା ଟିମକୁ୧.୫ ଲକ୍ଷ ଓ ଉପବିଜେତା ଟିମକୁ ୧ଲକ୍ଷ ଟଙ୍କା ସହ ପାଞ୍ଚ ଫୁଟ ଉଚତାର ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି, ମହାଆଡ଼ମ୍ଭର ସହକାରେ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଥିବାବେଳେ ବାଇକ ଓ ମୋବାଇଲ ପୁରସ୍କାର ଦେବାର କାର୍ଯ୍ୟକ୍ରମ ରହିଛି,

ରାଜ୍ୟସ୍ତରୀୟ ମ୍ୟାଚ ପରି ଏହି ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଥିବାରୁ ଖେଳାଳି ଓ ଦର୍ଶକଙ୍କ ପାଇଁ ବ୍ୟାପକ କଡା ବ୍ୟବସ୍ଥା କରାଯାଇଛି, ପାଞ୍ଚଦିନ ଧରି ଏହି ଖେଳ ଆୟୋଜନ ଭେଉଥିବାରୁ କ୍ଲବ ପକ୍ଷରୁ ଦର୍ଶକ ମାନକୁ ଯୋଗଦେବାକୁ ଅନୁରୋଧ କରାଯାଇଛି, ଆସନ୍ତା ୩୧ ତାରିଖ ଫାଇନାଲ ଖେଳ ରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମାହାଙ୍ଗା ବ୍ଲକ ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି,
ପୂର୍ବତନ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସିଂହ, ଜିଲ୍ଲା ପରିଷଦ ସଭ୍ୟ ରିୟାଜୁଲ ହୋଦା, ପୂର୍ବତନ ସରପଞ୍ଚ ଅର୍ଚନା ଦାସ, ପଂଚାୟତ ମହିଳା ସଂଘ ସଭାପତି ଗୀତାଞ୍ଜଳି ମହାନ୍ତି, ସମ୍ପାଦକ କ୍ଷମାମୟୀ ସିଂହ, ପୂର୍ବତନ ସମିତି ସଭ୍ୟା ସୁବାସି ବେହେରା, ପଂଚାୟତ ବିଜେଡି ସଭାପତି ଅକ୍ଷୟ ସିଂହ, ଛାତ୍ର ନେତା ହିତେଶ ରାଉତ, ତ୍ରିନାଥ ଜେନା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି .














